ନୂଆଦିଲ୍ଲୀ:ବିଶ୍ବ କୁସ୍ତି ଚମ୍ପିଆନସିପରୁ ବାଦ ପଡ଼ିଲେ ଅଲମ୍ପିକ କାଂସ୍ୟ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ୬ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଟୋକିଓ ଅଲମ୍ପିକ୍ସ ବେଳେ ମଧ୍ୟ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ରହିଥିଲା । ଏହାସତ୍ତ୍ବେ ଦେଶ ପାଇଁ ପଦକ ବିଜୟୀ ହେବାକୁ ସେ ଏହାକୁ ଖାତିର କରିନଥିଲେ ।
ଅକ୍ଟୋବର ୨ରୁ ୧୦ ତାରିଖ ମଧ୍ୟରେ ବିଶ୍ବ କୁସ୍ତି ଚମ୍ପିଆନସିପ ଆରମ୍ଭ ହେବ । ତେବେ ଏଥିପାଇଁ ମ୍ୟାଟ ଅଭ୍ୟାସ ନିତାନ୍ତ ଆବଶ୍ୟକ ଥିଲା । ତେବେ ଏଥିପାଇଁ ବଜରଙ୍ଗ ପୁନିଆଙ୍କୁ ଡାକ୍ତରଙ୍କ ଅନୁମତି ମିଳି ପାରିନାହିଁ । ଅଭ୍ୟାସ ପୂର୍ବରୁ ବଜରଙ୍ଗଙ୍କ ଏମଆରଆଇ(MRI) ସ୍କାନ କରାଯାଇଥିଲା । ଏଥିରେ ଗତ ଜୁନ ମାସରେ ଋଷିଆରେ ଟୋକିଓ ଅଲମ୍ପିକ୍ସ ପାଇଁ ଅଭ୍ୟାସ ବେଳେ ଆଣ୍ଠୁରେ ଲାଗିଥିବା ଆଘାତ ସଙ୍ଗୀନ ଥିବା ଜଣାପଡ଼ିଛି ।