ଓଡିଶା

odisha

ETV Bharat / sports

Asian Para Games: ତୃତୀୟ ଦିନରେ 6 ସ୍ବର୍ଣ୍ଣ ସହ 30 ମେଡାଲ ଜିତିଲା ଭାରତ, 64 ଛୁଇଁଲା ପଦକ ସଂଖ୍ୟା - ପାରା ଏସୀୟ କ୍ରୀଡା 2023

ଚତୁର୍ଥ ପାରା ଏସୀୟ କ୍ରୀଡାରେ କମାଲ କରିଛନ୍ତି ଭାରତୀୟ କ୍ରୀଡାବିତ । ତୃତୀୟ ଦିନରେ ମୋଟ 30 ପଦକ ହାତେଇଛି ଭାରତ ସେଥିରେ 6ଟି ସ୍ବର୍ଣ୍ଣ ପଦକ ରହିଛି । ଅଧିକ ପଢନ୍ତୁ

Asian Para Games 2023
ତୃତୀୟ ଦିନରେ 6 ସ୍ବର୍ଣ୍ଣ ସହ ମୋଟ 30 ମେଡାଲ ଜିତିଲା ଭାରତ

By ETV Bharat Odisha Team

Published : Oct 26, 2023, 8:51 AM IST

ହାଙ୍ଗଝୌ:ଚୀନରେ ଚାଲିଥିଲା ଚତୁର୍ଥ ପାରା ଏସୀୟ କ୍ରୀଡାରେ ଭାରତୀୟ କ୍ରୀଡାବିତଙ୍କ ଜଲୱା ଦେଖିବାକୁ ମିଳିଛି । ଗୋଟିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି କ୍ରୀଡାବିତ । ତୃତୀୟ ଦିବସ ସୁଦ୍ଧା ଭାରତର ପଦକ ସଂଖ୍ୟା 64ରେ ପହଞ୍ଚିଛି । ତୃତୀୟ ଦିନରେ ଭାରତ ମୋଟ 30ଟି ପଦକ ହାସଲ କରିଥିଲା । ସେଥିରେ 6ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 16ଟି ବ୍ରୋଞ୍ଚ ମେଡାଲ ରହିଥିଲା । ଏବେ ଭାରତର ମୋଟ ପଦକ ସଂଖ୍ୟା 64 ରହିଛି ଯେଉଁଥିରେ 15ଟି ସ୍ବର୍ଣ୍ଣ, 20ଟି ରୌପ୍ୟ ଓ 29ଟି ବ୍ରୋଞ୍ଜ ପଦକ ରହିଛି । ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନକୁ ଦେଖିଲେ ଆଗକୁ ଆହୁରି ପଦକ ସଂଖ୍ୟା ବଢିବା ଆଶା କରାଯାଉଛି ।

ଜାଭେଲିନରେ ସ୍ବର୍ଣ୍ଣ ସହ ମୋଟ 6 ପଦକ: ତୃତୀୟ ଦିନରେ ସ୍ବର୍ଣ୍ଣ ପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଥିଲା । ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 73.29 ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ସୁମିତ । ସେହିପରି ପାରା ଅଥଲେଟ ହାନୀ ମଧ୍ୟ ଜଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ପୁଷ୍ପେନ୍ଦ୍ର ସିଂହ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 62.06 ମିଟର ଜାଭେଲିନ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଥିଲେ ।

ସେହିପରି ମହିଳା ଲଙ୍ଗ ଜମ୍ପ-ଟି47ରେ ନିମିଶା ସ୍ବର୍ଣ୍ଣ ପଦକ ଜିତିଥିଲେ । ପୁରୁଷ 15000ମି-ଟି11ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଅଙ୍କୁର ଧମା । ମହିଳା 15000 ମି-ଟି11ରେ ରାଜୁ ରକ୍ଷୀଥା ସ୍ବର୍ଣ୍ଣ ପଦକ ଓ ଲଲିଥା କିଲ୍ଲାକା ରୌପ୍ୟ ପଦକ ଜିତିଥିଲେ । ପୁରୁଷ 15000 ମି-ଟି13ରେ ମାକାନାହାଲ୍ଲି ରୌପ୍ୟ ଓ ବଲୱନ୍ତ ସିଂହ ରାୱତ ବ୍ରୋଞ୍ଜ ପଦକ ଜିତିଥିଲେ । ପୁରୁଷ ଜାଭେଲିନ ଥ୍ରୋ ଏଫ46ରେ ସୁନ୍ଦର ସିଂ ଗୁର୍ଜାର ସ୍ବର୍ଣ୍ଣ, ରିଙ୍କୁ ରୌପ୍ୟ ଓ ଅଜିତ ସିଂହ ରୌପ୍ୟ ପଦ ଜିତିଥିଲେ ।

ଏହା ବି ପଢନ୍ତୁ...Asian Para Games: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଲେ ସୁମିତ-ହାନୀ, ଟିଟିରେ ଭାବିନାଙ୍କୁ ବ୍ରୋଞ୍ଜ

ବ୍ୟାଡମିଣ୍ଟନରେ 5 ପଦକ: ତୃତୀୟ ଦିନରେ ଭାରତ ଜିତିଥିବା ପଦକ ମଧ୍ୟରେ ମିଶ୍ରିତ ଯୁଗଳ ବ୍ୟାଡମିଣ୍ଟନରେ ଏସଏଚ6ରେ ସୁମାଥି ଶିବନ ଓ ସୋଲାଇମାଲା ଶିବରାଜନ ବ୍ରୋଞ୍ଜ ପଦକ ଜତିଥିବାବେଳେ ମିଶ୍ରିତ ଯୁଗଳ ଏକ୍ସଡି ଏସଏଲ -3-ଏସୟୁ 5 ବର୍ଗରେ କାଂସ୍ୟ ପଦକ ଜିତିଥିଲେ ପ୍ରମୋଦ ଭଗତ ଓ ତାଙ୍କ ସାଥୀ ମନୀଷା ରାମଦାସ । ସେହିପରି ମହିଳା ଏକକ ବର୍ଗ ଏସଏଲ3ରେ ମନଦୀପ କୌର କାଂସ୍ୟ ପଦକ ଜିତିଥିଲେ । ବ୍ୟାଡମିଣ୍ଟନ ଏକକ ଏସଏଲ4 ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ବୈଷ୍ଣବୀ ପୁନେୟାନୀ । ଏସଏଲ 3 ବର୍ଗରେ ମନାଶୀ ଯୋଶୀ ବ୍ରେଞ୍ଜ ପଦକ ଜିତିଛନ୍ତି ।

ସଟଫୁଟ ଥ୍ରୋ ଏଫ-56/57ରେ ରାଣା ସୋମାନ ରୌପ୍ୟ ଓ ହୋଟୋଜେ ସେମା ହୋକାଟୋ ବ୍ରୋଞ୍ଜ ପଦକ ଜିତିଥିଲେ । ପାରା ତୀରନ୍ଦାଜୀ ପୁରୁଷ ଡବଲ୍ସ କମ୍ଫାଉଣ୍ଡ ଓପନରେ ରାଜେଶ କୁମାର ଓ ସୁରଜ ସିଂହ ରୌପ୍ୟ ପଦକ ଜିତିଥିଲେ । ମହିଳା ଟିଟିରେ ଭାବିନା ଦେବୀ ବ୍ରୋଞ୍ଚ ପଦକ ଜିତିଛନ୍ତି । ମହିଳା ପାୱାର ଲିଫ୍ଟିଙ୍ଗ 61 କେଜିରେ ଜାଇନାବ ଖାତୁନ ରୌପ୍ୟ ଓ ରାଜ କୁମାରୀ ବ୍ରୋଞ୍ଚ ପଦକ ଜିତିଛନ୍ତି । ତୀରନ୍ଦାଜୀ ମହିଳା ଡବଲ୍ସ କମ୍ପାଉଣ୍ଡରେ ସିତଲ ଓ ସରିତା ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ଡିସକସ ଥ୍ରୋ ଏଫ54/55ରେ ପୂଜା ରୌପ୍ୟ ପୁରୁଷ 200ମି-ଟି35ରେ ନାରାୟଣ ଠାକୁର ବ୍ରୋଞ୍ଚ, ପୁରୁଷ ଏକକ କ୍ଲାସ 1 ଟେବୁଲ ଟେନିସରେ ସନ୍ଦୀପ ଡାଙ୍ଗୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ଡବଲ୍ସ ରିକର୍ଭ ଓପନରେ ବ୍ରୋଞ୍ଜ ପଦକ ଜିତିଥିଲେ ହରବିନ୍ଦର ସିଂ ଓ ସାହିଲ ।

ଏହା ବି ପଢନ୍ତୁ...Asian Para Games: ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତଙ୍କ କମାଲ ଦେଖିବାକୁ ମିଳିଛି । ଗୋଟିିିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଦିନରେ 17ଟି ପଦକ ଜିତିଥିଲା ଭାରତ । ଦ୍ବିତୀୟ ଦିନରେ ମଧ୍ୟ ସମାଲ 17ଟି ପଦକ ହାସଲ କରିଥିଲା । ତୃତୀୟ ଦିନରେ ଭାରତୀୟ କ୍ରୀଡାବିତ ବିଭିନ୍ନ ଇଭେଣ୍ଟରେ ମୋଟ 30ଟି ପଦକ ହାସଲ କରିଥିଲେ । ସେଥିରେ 6ଟି ସ୍ବର୍ଣ୍ଣ ପଦକ ରହିଥିଲା ।

ABOUT THE AUTHOR

...view details