ହଙ୍ଗଝୌ: ପାରା ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତଙ୍କ ଜାରି ରହିଛି ଚମତ୍କାର ପ୍ରଦର୍ଶନ । ଆରମ୍ଭରୁ ଭାରତକୁ ପଦକ ବର୍ଷା । ପୁରୁଷ କ୍ଲବ ଥ୍ରୋ' F-51 ଇଭେଣ୍ଟରେ ଭାରତୀୟ କ୍ରୀଡାବୀତଙ୍କ ପୋଡିୟମ ଫିନିସ । ଏହି ଇଭେଣ୍ଟରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତିଲା ଭାରତ । ଭାରତୀୟ କ୍ରୀଡ଼ାବିତ ପ୍ରଣବ ସୋର୍ମା ସ୍ବର୍ଣ୍ଣ ପଦକ ହସଲ କରିଥିବା ବେଳେ ଧର୍ମବୀର ରୌପ୍ୟ ଓ ଅମିତ ବ୍ରୋଞ୍ଜ୍ ମେଡାଲ ହାସଲ କରିଛନ୍ତି ।
ପ୍ରଣବ ସୋର୍ମା ପୁରୁଷ କ୍ଲବ ଥ୍ରୋ' F-51 ଇଭେଣ୍ଟରେ କ୍ଲବକୁ 30.1 ମିଟର ଥ୍ରୋ' କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଧର୍ମବୀର 28.76 ମିଟର ଥ୍ରୋ' କରି ଦ୍ୱିତୀୟ ଓ ଅମିତ 26.96 ମିଟର ଥ୍ରୋ' କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଇଭେଣ୍ଟରେ ପୋଡିୟମ କବଜା କରିଛନ୍ତି ତିନି ଭାରତୀୟ କ୍ରୀଡ଼ାବିତ । ସେହିପରି ପୁରୁଷ ସଟଫୁଟ F11ରେ ଭାରତକୁ ବ୍ରୋଞ୍ଜ ମିଳିଛି । ଘଙ୍ଗାସ୍ ମୋନୁ ଏହି ଇଭେଣ୍ଟରେ ସଟ୍ଫୁଟକୁ 12.33 ମିଟର ଥ୍ରୋ' କରି ବ୍ରୋଞ୍ଜ୍ ମେଡାଲ ହାସ କରିଛନ୍ତି । ଏହା ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ ।
ଏହା ମଧ୍ୟ ପଢନ୍ତୁ-Asian Para Games 2023: ଆରମ୍ଭରୁ କମାଲ କଲେ ଭାରତୀୟ କ୍ରୀଡ଼ାବିତ୍, ହାଇ ଜମ୍ପ୍ରେ ପୋଡ଼ିୟମ କ୍ଲିନ୍ ସୁଇପ୍
ଆଜି ସକାଳୁ ପାରା ଏସୀୟ କ୍ରୀଡ଼ାରେ ପଦକ ପ୍ରତିଦ୍ବାନ୍ଦିତା ଆରମ୍ଭ ହୋଇଛି । ପ୍ରଥମେ ଭାରତ ପାଇଁ ସିଲଭଲ ପଦକ ହାସଲ କରିଥିଲେ କ୍ରୀଡାବିତ ପ୍ରାଚୀ ଯାଦବ । ମହିଳା ବିଭାଗର କାନୋଏ ଇଭେଣ୍ଟରେ VL2 ବର୍ଗରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ T63 କାଟାଗୋରୀ ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ପୋଡିୟମ ଅକ୍ତିଆର କରିଥିଲେ ଭାରତୀୟ କ୍ରୀଡାବିତ। ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍ ଜିତିଥିଲେ ।
ଏହା ମଧ୍ୟ ପଢନ୍ତୁ-Asian Para Games: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ ପାରା କ୍ରୀଡା ଆରମ୍ଭ, ଭାରତୀୟ ଦଳରେ 309 କ୍ରୀଡ଼ାବିତ
ଚୀନର ହଙ୍ଗଝୌରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ରବିବାର ଉଦଘାଟିତ ହୋଇଯାଇଥିଲା । ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଉଦଘାଟନୀ ଉତ୍ସବରେ ଅମିତ କୁମାର ସାରୋହା ଏବଂ ପାରୁଲ ପାରମର ଧ୍ୱଜା ବାହାକ ସାଜି ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଏସୀୟ ପାରା କ୍ରୀଡ଼ାରେ 43ଟି ଦେଶରୁ 4 ହଜାରରୁ ଊର୍ଦ୍ଧ୍ବ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଦଳରେ 309 ଜଣ କ୍ରୀଡାବିତ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ 196 ଜଣ ପୁରୁଷ ଓ 113ଜଣ ମହିଳା ରହିଛନ୍ତି । ଗତ ସଂସ୍କରଣରେ 190ଜଣ ଭାରତୀୟ କ୍ରୀଡାବିତ ଭାଗ ନେଇଥିଲେ । 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ ପଦକ ସହ ଭାରତ ନବମ ସ୍ଥାନରେ ରହିଥିଲା ।