ହାଙ୍ଗଝୌ: ଚୀନ୍ର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୩ରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ୧୬:୩୭.୨୯ ମିନିଟରେ ରେସ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅଙ୍କୁର ଧାମା । ୨୯ ବର୍ଷୀୟ ଅଙ୍କୁର ଧାମା ପୂର୍ବରୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ତେବେ ହାଙ୍ଗଝୌରେ ଏସିଆନ୍ ଗେମ୍ସ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ ପରେ ଏସିଆନ୍ ପାରା ଗେମ୍ସରେ ମଧ୍ୟ ଭାରତ ଦମଦାର ଅଭିଯାନ ଆରମ୍ଭ କରିଛି । ଆଜି ପ୍ରଥମ ଦିନରେ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସମେତ ୧୭ ପଦକ ହାସଲ କରିଛି ଭାରତ ।
ତେବେ ଏସିଆନ ପାରା ଗେମ୍ସ ୨୦୨୩ରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି ୭ ଓଡ଼ିଆ । ପଦ୍ମଶ୍ରୀ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ବିନୀ ନାୟକ ଏହି ଏସିଆନ୍ ପାରା ଗେମ୍ସ ୨୦୨୩ରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ଭି.ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ସେମାନେ ମଧ୍ୟ ଭାରତ ପାଇଁ ଆଶାନୁରୂପ ସଫଳତା ଆଣିପାରିବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି । ଏସୀୟ ପାରା ଗେମ୍ସରେ ଭାରତ ଆଜି ପ୍ରଥମ ଦିନରେ ୧୭ଟି ପଦକ ସହ ଆଜିର ଅଭିଯାନ ଆରମ୍ଭ କରିଛି । ଏଥିରେ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସମେତ ୧୭ ପଦକ ହାସଲ କରିଛି ଭାରତ ।