ଓଡିଶା

odisha

ETV Bharat / sports

Asian Games 2023: 50 ବର୍ଷ ପରେ ଶ୍ରେଷ୍ଠ ସ୍ଥାନରେ ଭାରତ, ପଦକ ସଂଖ୍ୟା 32 ଛୁଇଁଲା - ଏସୀୟ କ୍ରୀଡା 2023

ଚଳିତ ଏସୀୟ କ୍ରୀଡ଼ା ଶେଷ ନହେଉଣୁ ଭାରତ 32ଟି ପଦକ ହାସଲ କରି ଶ୍ରେଷ୍ଠ ଚତୁର୍ଥ ସ୍ଥାନ ଅଧିକାର କରିଛି । ଏଥର ପଦକ ସଂଖ୍ୟା 100 ପାର ଆଶା ପୂରଣ ହେବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

Asian Games 2023
Asian Games 2023

By ETV Bharat Odisha Team

Published : Sep 29, 2023, 2:11 PM IST

ହଙ୍ଗଝୌ:ଚଳିତ 19 ତମ ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛି ଭାରତ । ପଦକ ପରେ ପଦକ ହାସଲ କରିଛି ଭାରତ । ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ଦିନ ସୁଦ୍ଧା ଭାରତ 32ଟି ପଦକ ହାସଲ କରିଛି । ସୁଟିଂରେ ଏକାଧିକ ପଦକ ହାତେଇଛି ଭାରତ । ଗତ 50 ବର୍ଷ ପରେ ଭାରତ ପଦକ ତାଲିକାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି । ଏବେ ସୁଦ୍ଧା ମୋଟ 32 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି । ଏ ପର୍ଯ୍ୟନ୍ତ ଭାରତ ଜାତିଥିବା ପଦକରେ 8ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଓ 12ଟି ବ୍ରୋଞ୍ଜ୍‌ ପଦକ ରହିଛି । ଏହିପରି ପଦକ ସଫଳତା ମିଳିଲେ ଏଥର ପଦକ ହାସଲ 100ପାର ଲକ୍ଷ୍ୟ ରଖିଥିବା ଭାରତର ସ୍ବପ୍ନ ପୂରଣ ହେବ ବୋଲି ଆଶା କରାଯାଉଛି ।

ଚୀନର ହଙ୍ଗଝୌରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ଭାରତକୁ ସର୍ବାଧିକ ପଦକ ସୁଟିଂରେ ମିଳିଛି । ଶେଷ 50 ବର୍ଷରେ ଭାରତ ଶ୍ରେଷ୍ଠ ଦ୍ବିତୀୟ ରାଙ୍କ 1962 ଏସିଆନ ଗେମ୍ସରେ ଥିଲା । ଯାହା ଇଣ୍ଡୋନେସିଆ ଜାକାର୍ତ୍ତାରେ ଆୟୋଜିତ ହୋଇଥିଲେ । ଏଥିରେ ଭାରତ ମୋଟ 33ଟି ପଦକ ଜିତିଥିଲା ଯେଉଁଥିଲେ 10ଟି ସ୍ବର୍ଣ୍ଣ, 13ଟି ରୌପ୍ୟ ଓ 10ଟି ବ୍ରୋଞ୍ଜ୍‌ ପଦକ ଥିଲା । ଏହାପରେ ନୂଆଦିଲ୍ଲୀରେ ଆୟୋଜିତ 1951 ଏସୀୟ କ୍ରୀଡ଼ା ସଂସ୍କରଣରେ ଭାରତ ମୋଟ 51 ମେଡାଲ ଜିତିଥିଲା ଯେଉଁଥିରେ 15ଟି ସ୍ବର୍ଣ୍ଣ, 16ଟି ରୌପ୍ୟ ଓ 10ଟି କାଂସ୍ୟ ପଦକ ଜିତିଥିଲା । ସେହିପରି 1954 ସଂସ୍କରଣରେ ପଞ୍ଚମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଥିଲା । ଏହି ସଂସ୍କରଣର ଭାରତ ମୋଟ 17ଟି ମେଡାଲ ଜିତିଥିଲା । ଟୋକିଓରେ ଆୟୋଜିତ ପରବର୍ତ୍ତୀ ସଂସ୍କରଣରେ ସପ୍ତମରେ ରହିଥିଲା ଭାରତ ଏଥିରେ ମୋଟ 13ଟି ପଦକ ହାସଲ କରିଥିଲା । 1962 ସଂସ୍କରଣରେ ଭାରତ ତୃତୀୟ ସ୍ଥାନରେ ରହିଥିଲା ।

1966 ଏବଂ 1970 ଏସୀୟ ଗେମ୍ସ ଯାହା ଯଥାକ୍ରମେ ବ୍ୟାଙ୍କ୍‌କକ୍‌ ଓ ଥାଇଲାଣ୍ଡ୍‌ରେ ଆୟୋଜିତ ହୋଇଥିଲା । ଭାରତ ଏଥିରେ ଯଥାକ୍ରମେ 21 ଓ 25ଟି ପଦକ ଜିତି ପଞ୍ଚମ ସ୍ଥାନରେ ରହିଥିଲା । 1974 ତେହେରାନରେ ଆୟୋଜିତ ଏସିଆନ ଗେମ୍ସରେ ଭାରତ 28 ପଦକ ସହ ସପ୍ତମ ସ୍ଥାନରେ ରହିଥିଲା । 1978 ଏସୀୟ ଗେମ୍ସରେ ଭାରତ 28 ପଦକ ସହ ଷଷ୍ଠ ସ୍ଥାନରେ ରହିଥିଲା । ବେଜିଂରେ 1990 ସଂସ୍କରଣରେ ଭାରତ 23 ପଦକ ସହ 11ତମ ସ୍ଥାନରେ ରହିଥିଲା । ଏହାପରେ ହିରୋସୀମାରେ ଅନୁଷ୍ଠିତ ସଂସ୍କରଣରେ ଭାରତ 23 ପଦକ ସହ ଅଷ୍ଟମ ସ୍ଥାନରେ ରହିଥିଲା ।

ଏହା ବି ପଢନ୍ତୁ...Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

2010 ସଂସ୍କରଣରେ ଭାରତ 65 ପଦକ ସହ ଷଷ୍ଠ ସ୍ଥାନରେ ରହିଥିଲା । ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏହାର ପରବର୍ତ୍ତୀ ସଂସ୍କରଣରେ ଭାରତ 57 ପଦକ ସହ ଅଷ୍ଟମ ସ୍ଥାନରେ ରହିଥିଲା । 2018 ସଂସ୍କରଣରେ 70 ପଦକ ସହ ଅଷ୍ଚମ ସ୍ଥାନରେ ରହିଥିଲା ଭାରତ । ଯେଉଁଥିରେ 16ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା ।

ABOUT THE AUTHOR

...view details