ଓଡିଶା

odisha

ETV Bharat / sports

Asian Games 2023: ମହିଳା ହକି ଦଳର ବିଜୟ ଅଭିଯାନ, 13-0 ଗୋଲରେ ହାରିଲା ସିଙ୍ଗାପୁର

19ତମ ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ଦମଦାର ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ସିଙ୍ଗାପୁରକୁ 13-0 ଗୋଲରେ ମାତ ଦେଇଛି ଭାରତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 27, 2023, 1:21 PM IST

Asian Games 2023 Hockey Match
womens hockey team beat singapore

ନୂଆଦିଲ୍ଲୀ:ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ଦମଦାର ପ୍ରଦର୍ଶନ କରିଛି । ସିଙ୍ଗାପୁର ବିପକ୍ଷ ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ । ଗୋଲ ପରେ ଗୋଲ ବର୍ଷା କରିଥିଲେ ଭାରତୀୟ ମହିଳା ହକି ତାରକା । ସିଙ୍ଗାପୁର 16-0 ଗୋଲରେ ପରାସ୍ତ ହୋଇଛି । 4ଟି କ୍ବାର୍ଟରରେ ଆଧିପତ୍ୟ ବିସ୍ତାର କରି ବିଜୟ ହାସଲ କରିଛି ଦଳ । ସଙ୍ଗୀତା କୁମାରୀ ଏହି ମ୍ୟାଚରେ ଷ୍ଟାରଥିଲେ । ସେ ହ୍ୟାଟ୍ରିକ 3ଟି ଗୋଲ ସ୍କୋର କରିଥିଲେ ।

ପ୍ରଥମ ମ୍ୟାଚରେ ଭାରତ ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରିଥିଲା । ଗୋଲ ପରେ ଗୋଲ ବର୍ଷା କରିଥିଲା । ସିଙ୍ଗାପୁର ଖେଳାଳିଙ୍କ ଟେନସନ ବଢିଯାଇଥିବା । ମ୍ୟାଚର ଷଷ୍ଠ ମିନିଟରେ ଉଦିତ୍ୟା ଗୋଲ ସ୍କୋର କରିଥିଲେ । 8ମ ମିନିଟରେ ସୁଶୀଳା ଓ 11ତମ ମିନିଟରେ ଦୀପିକା ଗୋଲ ସ୍କୋର କରି ଦଳକୁ 3-0ରେ ଆଗୁଆ କରିଥିଲେ । 13ତମ ଓ 14 ତମ ମିନିଟରେ ନବନୀତ କୌର ଦୁଇଟି ଗୋଲ ସ୍କୋର କରିଥିଲେ । ପ୍ରଥମ କ୍ବାର୍ଟରରେ ଭାରତ 5-0 ଗୋଲରେ ଆଗୁଆ ଥିଲା । ଦ୍ବିତୀୟ କ୍ବାର୍ଟର 17 ତମ ମିନିଟରେ ଦୀପ ଗ୍ରେସ ଏକ୍କା ଆଉ ଏକ ଗୋଲ କରିଥିଲେ । ପେନାଲ୍ଚି କର୍ଣ୍ଣରକୁ ଏକ ଗୋଲରେ ପରିଣତ କରିଥିଲେ । 19 ତମ ମିନିଟରେ ନେହା ଆଉ ଏକ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ସିଙ୍ଗାପୁର ଖାତା ଖୋଲି ପାରି ନଥିଲେ ।

ମ୍ୟାଚର 23, 47 ଓ 53 ମିନିଟରେ ସଙ୍ଗୀତା କୁମାରୀ 3ଟି ଗୋଲ କରିଥିଲେ । 35 ତମ ମିନିଟରେ ସଲିମା ଟେଟେ, 52 ତମ ମିନିଟରେ ମୋନିକା ଓ 56 ତମ ମିନିଟରେ ବନ୍ଦନା କାଟାରିୟା ଗୋଲ ସ୍କୋର କରିଥିଲେ । ଭାରତ ଏକତରଫା ବିଜୟ ହାସଲ କରି ନେଇଛି । ପରବର୍ତୀ ମ୍ୟାଚରେ ଭାରତ ମାଲେସିଆ ମଧ୍ୟରେ ମୁକାବିଲା ହେବ ।

ଏହା ବି ପଢନ୍ତୁ...Asian Games 2023: ହକିରେ ଜାରି ରହଛି ଜଲ୍‌ୱା, 16-1ରେ ସିଙ୍ଗାପୁରକୁ ହରାଇଲା ଭାରତ

ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ଏସୀୟ କ୍ରୀଡା ହକିରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ 16-0 ଗୋଲରେ ପରାସ୍ତ କରିଥିବା ଭାରତ । ଦ୍ବିତୀୟ ମ୍ୟାଚରେ ସିଙ୍ଗାପୁରକୁ 16-1 ଗୋଲରେ ପରାସ୍ତ କରିଥିଲା । ଆସନ୍ତାକାଲି ଜାପାନକୁ ଭେଟବ ଭାରତୀୟ ହକି ଦଳ । ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜି ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ଏଯାବତ ଭାରତ 5ଟି ସ୍ବର୍ଣ୍ଣ, 6ଟି ରୌପ୍ୟ ଓ 10 ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତ ଷଷ୍ଠ ସ୍ଥାନରେ ରହିଛି । 110 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି ।

ABOUT THE AUTHOR

...view details