ନୂଆଦିଲ୍ଲୀ: ଚୀନରେ ଉଡିଲା ତ୍ରିରଙ୍ଗା । 19ତମ ଏସୀୟ କ୍ରୀଡାର ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ଚୀନରେ ଚମକିଲେ ଭାରତୀୟ କ୍ରୀଡାବିତ । 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା 19ରେ ପହଞ୍ଚିଛି । ଯେଉଁଥିରେ 5ଟି ସ୍ବର୍ଣ୍ଣ ପଦକ ରହିଛି ।
ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ
ଚୀନକୁ ପଛରେ ପକାଇ 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ମନୁ ଭାକର, ରିଥମ ସାଙ୍ଗୱାନ ଓ ଇଶା ସିଂହ 25 ମିଟର ପିସ୍ତଲ ଇଭେଣ୍ଟରେ ଦମ୍ଦାର୍ ପ୍ରଦର୍ଶନ କରି ଭାରତକୁ 4ର୍ଥ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହି ଟିମ୍ ଇଭେଣ୍ଟରେ କମାଲ କରିଛନ୍ତି ଏହି 3 ଯୋଡ଼ି । 1759 ସ୍କୋର୍ କରି ପୋଡିୟମରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ଅନ୍ୟପଟେ 50ମିଟର ରାଇଫଲ୍ସ 3 ପୋଜିସନରେ ଭାରତକୁ ରୌପ୍ୟ ପଦକ ମିଳିଛି । ଅନ୍ୟପଟେ ବ୍ୟକ୍ତିଗତ 50ମିଟର ରାଇଫଲ ପୋଜିସନ 3ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି 22 ବର୍ଷୀୟ ସିପ୍ଟ କୌର ଶର୍ମା । ସେହିପରି 50ମିଟର ରାଇଫଲ ପୋଜିସନ 3ରେ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଅଶି ଚୌଧୁରୀ । ଅଶି ମୋଟ 3ଟି ମେଡାଲ ଜିତିଛନ୍ତି । ସେଥିରେ ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ରହିଛି । ସେହିପରି ପୁରୁଷ ସ୍କିଟରେ ବ୍ରେଞ୍ଜ ପଦକ ମିଳିଛି । ଏହି ଇଭେଣ୍ଟରେ ଗୁରୁଜୌତ ଅନନ୍ତଜିତ ଓ ଅଙ୍ଗଦବୀର ବ୍ରୋଞ୍ଚ ପଦକ ଜିତିଛନ୍ତି । ଭାରତୀୟ ଷ୍ଟାର ସୁଟର ଟୋକିଓ ଅଲମ୍ପିକ୍ସରେ ବିଫଳ ହୋଇଥିଲେ ମାତ୍ର ଏସୀୟ କ୍ରୀଡାରେ ସଫଳତା ହାସଲ କରିଛନ୍ତି ।