ଓଡିଶା

odisha

By ETV Bharat Odisha Team

Published : Sep 27, 2023, 8:53 AM IST

ETV Bharat / sports

Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ପଦକ । 50 ମିଟର ରାଇଫଲସ 3 ଟିମକୁ ରୌପ୍ୟ ପଦକ ମିଳିଛି । ଅଧିକ ପଢ଼ନ୍ତୁ

Asian Games 2023
ଏସୀୟ କ୍ରୀଡା ରାଇଫଲରେ ଭାରତକୁ ପଦକ

ନୂଆଦିଲ୍ଲୀ:ଚୀନରେ ଚମକିଛନ୍ତି ଭାରତୀୟ । ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ । 3ଟି ସ୍ବର୍ଣ୍ଣି ସଫଳତା ସହ ପଦକ ଭେଟି ଦେଇଛନ୍ତି କ୍ରୀଡ଼ାବିତ । ଏସୀୟ କ୍ରୀଡାରେ ପଞ୍ଚମ ଦିନରେ ଭାରତକୁ ଆଉ ଏକ ପଦକ ମିଳିଛି । 50 ମିଟର ରାଇଫଲ୍ସ ମହିଳା ଟିମ୍‌ ରୌପ୍ୟ ପଦକ ଜିତିଛନ୍ତି । ଦଳର ଏହି ସଫଳତା ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ 2 ପଦକ, ସେଲିଂରେ ନେହା ଠାକୁରଙ୍କୁ ରୌପ୍ୟ ସହ ଇବାଦଙ୍କୁ କାଂସ୍ୟ

50 ମିଟର ରାଇଫଲ୍ସ ମହିଳା ଟିମରେ କମାଲ କରିଛନ୍ତି ତିନି ଯୋଡ଼ି । ମାନିନୀ କୌଶିକ, ଅଶି ଚୌକ୍ସି ଓ ସିଫ୍ଟ କୌର ଶର୍ମା 50 ମିଟର ରାଇଫଲସ 3ରେ ଦ୍ବିତୀୟ ସ୍ଥାନଲରେ ସିଲଭର ମେଡାଲ ଜିତିଛନ୍ତି । ଅଶି ଚୌକ୍ସି ଜବରଦସ୍ତ କମବ୍ୟାକ କରି 90 ଓ 100 ସୁଟ୍‌ ସ୍କୋର କରିଥିଲେ । ଏହାପରେ ଭାରତର ପଏଣ୍ଟ 394ରେ ପହଞ୍ଚିଥିଲା । ସିପ୍ଟ କୌର ଶର୍ମା ଦୁଇଟି ସିରିଜରେ 100-100 ସୁଟ୍‌ ସ୍କୋର କରିଥିଲେ । ଏହାପରେ ଭାରତ 397 ପଏଣ୍ଟ ପାଇଥିଲା । ଇଭେଣ୍ଟ ଶେଷ ହେବା ଯାଏ 600ରୁ ମହିଳା ଟିମ୍‌ 594 ପଏଣ୍ଟ ହାସଲ କରିଥିଲେ । ସେପଟେ 25 ମିଟର ପିଷ୍ଟଲ ମହିଳା ଦଳ ଚତୁର୍ଥ ସ୍ବର୍ଣ୍ଣିମ ସଫଳତା ନିକଟତର ହୋଇଛି ।

ଏହା ବି ପଢନ୍ତୁ...Asian Games 2023: 41ବର୍ଷ ପରେ ଅଶ୍ୱ ଚାଳନାରେ ଭାରତକୁ ସ୍ବର୍ଣ୍ଣ, ମୋଦି କହିଲେ ଗର୍ବର ସମୟ

ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଚତୁର୍ଥ ଦିନରେ ଭାରତ 1ଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲା । 41 ବର୍ଷ ପରେ ଅଶ୍ବଚାଳନାରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲା ଭାରତ । ଏହା ସହିତ ସେଲିଂରେ ନେହା ଠାକୁର ରୌପ୍ୟ ଜିତିଥିବାବେଳେ ଇବାଦ ଅଲ୍ଲୀ କାଂସ୍ୟ ପଦକ ଜିତିଥିଲେ ।

50ମିଟର ରାଇପଲସ ରୌପ୍ୟ ପଦକ ସହ ଏଯାବତ ଭାରତ 3ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ୍‌ ପଦକ ସହ 15ଟି ପଦର ପାଇ ଷଷ୍ଠ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ାରେ ଆଜି ଭାରତୀୟ ମହିଳା ହକି ଦଳ ସିଙ୍ଗାପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ । 94 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ 49 ପଦକ ସହ ଦକ୍ଷିଣ କୋରିଆ ଦ୍ବିତୀୟ ଓ 56 ପଦକ ସହ ଜାପାନ ତୃତୀୟ ସ୍ଥାନରେ ରହିଛନ୍ତି ।

ABOUT THE AUTHOR

...view details