ଓଡିଶା

odisha

By ETV Bharat Odisha Team

Published : Sep 25, 2023, 8:42 AM IST

Updated : Sep 25, 2023, 10:15 AM IST

ETV Bharat / sports

Asian Games 2023: ପୁରୁଷ ସୁଟିଂ ଟିମକୁ ସ୍ବର୍ଣ୍ଣିମ ସଫଳତା, ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

19ତମ ଏସୀୟ କ୍ରୀଡାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣିମ ସଫଳତା ମିଳିଛି । ସୁଟିଂ ଟିମ ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । ଏହି ସମ୍ମାନଜନତ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 9ରେ ପହଞ୍ଚିଛି । ଅଧିକ ପଢନ୍ତୁ

Asian Games 2023
ପୁରୁଷ ସୁଟିଂ ଟିମ ଇଭେଣ୍ଟକୁ ସ୍ବର୍ଣ୍ଣିମ ସଫଳତା

ହଙ୍ଗଝୌ: ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଚମକିଛନ୍ତି ଭାରତୀୟ । ତୃତୀୟ ଦିବସରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ସୁଟିଂ ଟିମ୍‌ ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । 10 ମିଟର ପୁରୁଷ ରାଇଫଲସରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା 9ରେ ପହଞ୍ଚିଛି । ତୃତୀୟ ଦିନରେ ରିପୋର୍ଟ ଲେଖା ଯିବା ସୁଦ୍ଧା ଭାରତ ଗୋଟିଏ ସ୍ବର୍ଣ୍ଣ ଓ 3ଟି ବ୍ରୋଞ୍ଜ ପଦକ ହାସଲ କରିଛି । ପୁରୁଷ ସୁଟିଂ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ରୋଇଂ ଟିମ୍‌ ଇଭେଣ୍ଟରେ ଭାରତ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ଜିତିଛି ।

ଏସୀୟ କ୍ରୀଡାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । 10 ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି ରୁଦ୍ରଣଖା ପାଟିଲ, ଐଶ୍ବର୍ଯ୍ୟା ପ୍ରତାପ ତୋମାର, ଦିବ୍ୟାଂଶ ପାନୱାର । ସେହିପରି ରୋଇଂ ବା ନୌକା ଚାଳନାରେ ଭାରତକୁ ବ୍ରୋଞ୍ଜ ପଦକ୍‌ ମିଳିଛି । ମେନ୍‌ ଫର୍‌ ଫାଇନାଲରେ 06:10.81 ସମୟ ନେଇ ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ମିଳିଛି । ଯଶୱିନ୍ଦର ସିଂହ, ଭୀମ ସିଂହ, ପୁନୀତ କୁନାର ଓ ଆଶିଷ ବୋଞ୍ଜ ପଦକ ଜିତିଛନ୍ତି । ଏହି ସଫଳତା ସହିତ ଭାରତର ପଦକ ସଂଖ୍ୟା 9ରେ ପହଞ୍ଚିଛି । ସେହିପରି ବ୍ୟକ୍ତିଗତ 10ମିଟର ଏୟାର ରାଇଫଲସରରେ ଐଶ୍ବର୍ଯ୍ୟା ପ୍ରତାପ ତୋମାର ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ସେହପରି 6:08:61ସମୟ ନେଇ ରୋଇଂ ବା ନୌଚାଳନା ପୁରୁଷ କ୍ବାଡରୁପ୍ଲେ ସ୍କଲ ଟିମର ସତନାମ ସିଂହ, ପରମିନ୍ଦର ସିଂହ, ସୁଖମିତ ଏବଂ ଜାକର ଖାନ କାଂସ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: ରୋଇଂ ଓ ସୁଟିଂରେ ଭାରତକୁ ପଦକ, ରୌପ୍ୟ ପଦକ ହାତେଇଲେ ଆଥଲେଟ

ଗତକାଲି ସୁଟିଂ ଓ ରୋଇଂରେ ରୌପ୍ୟ ପଦକରୁ ଭାରତ ତାର ଅଭିଯାନ ଆରମ୍ଭ କରିିଥିଲା । ରୋଇଂ ଲାଇଟ୍‌ୱେଟ୍‌ ପୁରୁଷ ଡବଲ ସ୍କଲ୍ସରେ ରୌପ୍ୟ ପଦକ ଜିତିଥିଲେ । ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ଦ୍ବିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଥିଲେ । ସେହିପରି ଏସିଆନ୍‌ ଗେମ୍ସ 10ମି ମହିଳା ସୁଟିଂରେ ରୌପ୍ୟ ପଦକ ଜିତିଥିଲେ ଭାରତୀୟ ଆଥଲେଟ । 10 ମିଟର ଏୟାର ରାଇଫଲ୍ସରେ ମହିଳା ଟିମ୍‌ ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସିଙ୍କୁ ରୌପ୍ୟ ପଦକ ମିଳିଥିଲା । ସେହିପରି ରମିତା ଜିନ୍ଦଲ ମହିଳା ଏକକ ରୋଇଂ ଇଭେଣ୍ଟ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ । ସେହିପରି ରୋଇଂ ପୁରୁଷ କକ୍ସଲେସ ଯୋଡ଼ିରେ ବାବୁଲାଲ ଯାଦବ ଓ ଲେଖରାମ ବ୍ରୋଞ୍ଜ୍‌ ବିଜେତା ହୋଇଥିବାବେଳେ ରୋଇଂ ପୁୁରୁଷ କକ୍ସଡ 8 ବର୍ଗ ରୌପ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: ମିଆଁମାର ବିପକ୍ଷ ମୁକାବିଲା ଡ୍ର', ପ୍ରିକ୍ବାର୍ଟରରେ ଛେତ୍ରୀବାହିନୀ

ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ପ୍ରକାଶ ଥାଉ କି ସେପ୍ଟମ୍ବର 23 ତାରିଖରୁ 19ତମ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତୀୟ କ୍ରୀଡ଼ାବିତ୍‌ ଚମକିଛନ୍ତି । ଏସୀୟ କ୍ରୀଡାର ଦ୍ବିତୀୟ ଦିବସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଥିଲା । ତୃତୀୟ ଦିନରେ ଖବର ଲେଖା ହେବା ସୁଦ୍ଧା ଭାରତ ଦୁଇଟି ପଦକ ହାସଲ କରିଛି । ଏହା ସହି ଭାରତ ମୋଟ 9ଟି ପଦକ ସହ ଷଷ୍ଠ ସ୍ଥାନରେ ରହିଛି । 9ଟି ପଦକ ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ୍‌ ପଦକ ରହିଛି

Last Updated : Sep 25, 2023, 10:15 AM IST

ABOUT THE AUTHOR

...view details