ଓଡିଶା

odisha

ETV Bharat / sports

Asian Games 2023: ରାତି ପାହିଲେ ଏସୀୟ କ୍ରୀଡା ମହାକୁମ୍ଭ, ଉଦଘାଟନୀରେ ତ୍ରିରଙ୍ଗା ଧରିବେ ହର୍ମନପ୍ରୀତ-ଲଭଲିନା

ଆସନ୍ତାକାଲିଠୁ (ଶନିବାର) ଚୀନର ହାଙ୍ଗଝୁଠାରେ 19ତମ ଏସୀୟ କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପାଇଁ ହକି ତାରକା ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ତ୍ରିରଙ୍ଗା ପତାକା ଧରିବେ । ଅଧିକ ପଢନ୍ତୁ

Asian Games 2023
ଏସୀୟ କ୍ରୀଡା ମହାକୁମ୍ଭ

By ETV Bharat Odisha Team

Published : Sep 22, 2023, 12:24 PM IST

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲିଠୁ (ଶନିବାର) ଚୀନର ହାଙ୍ଗଝୁଠାରେ 19ତମ ଏସୀୟ କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଚଳିତ ଏସିଆନ ଗେମ୍ସରେ 40ଟି କ୍ରୀଡା ବର୍ଗରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ଜବରଦସ୍ତ ଟକ୍କର ହେବ । ଭାରତରୁ ମୋଟ 655 ଆଥଲେଟ ପ୍ରତିନିଧିତ୍ବ କରିବେ । ମୋଟ 13 ଜଣ ଓଡିଆ ଆଥଲେଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ନେଇ ଅଲିମ୍ପକ୍ସ ପଦକ ବିଜେତା ହକି ଖେଳାଳି ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ବେର୍ଗାହାଁ ତ୍ରିରଙ୍ଗା ଧରିବେ । 23 ସେପ୍ଚେମ୍ବରରୁ ଅକ୍ଟୋବର 8 ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିବ । ହର୍ମନପ୍ରୀତ ଓ ଲଭିଲନାଙ୍କ ପୂର୍ବରୁ 1998, 2002ରେ ଧନରାଜ ପିଲ୍ଲେ, 2006ରେ ଜ୍ୟୋତି ସୁନୀତା କୁଲ୍ଲୁ, 2010ରେ ଗଗନ ନାରଙ୍ଗ, 2014ରେ ସରଦାର ସିଂହ ଓ 20018ରେ ନୀରଜ ଚୋପ୍ରା ଭାରତ ଧ୍ବଜା ଧରିଥିଲେ ।

2023 ଏସୀୟ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ଉତ୍ସବରେ ଭାରତ ପକ୍ଷରୁ ହକି ତାରକା ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ଜାତୀୟ ପତାକା ଧରିବେ । ଏନେଇ ଉଭୟ ଗର୍ବ ଅନୁଭବ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି । ଭାରତୀୟ କଣ୍ଟିଜେଣ୍ଟ ଚିଫ ଡି. ମିଶନ ଭୂପେନ୍ଦର ସିଂହ ବାଜୱା କହିଛନ୍ତି, "ବହୁ ଚିନ୍ତନ ପରେ ଆମେ ଦୁଇ କ୍ରୀଡାବିତଙ୍କୁ ତ୍ରିରଙ୍ଗା ଧାରଣ ପାଇଁ ନିଷ୍ପତ୍ତି ନେଉଛୁ । ଏହି ତାଲିକାରେ ପୁରୁଷ ହକି ଦଳର ଅଧିକନାୟର ହର୍ମନପ୍ରୀତ ଓ ବକ୍ସର ଲଭଲିନା ରହିଛନ୍ତି ।" ନିକଟରେ ଲଭଲିନା 75କିଲୋ ବର୍ଗରେ ବିଶ୍ବ ଚମ୍ପିଆନ ହୋଇଥିଲେ । ସେହିପରି ଟୋକିଓ ଅଲିମ୍ପକ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ହର୍ମନପ୍ରୀତ ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ଦଳର ସଦସ୍ୟ ଥିଲେ ।

ଏହା ବି ପଢନ୍ତୁ...Asian Games 2023: ୧୩ ଓଡ଼ିଆ ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭାରତ ପକ୍ଷରୁ ତ୍ରିରଙ୍ଗା ଧରିବା ନେଇ ଖବର ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ହକି ତାରକା ହର୍ମନପ୍ରୀତ ସିଂ । ସେ କହିଛନ୍ତି, "ଏସୀୟ କ୍ରୀଡ଼ାରେ ଲଭଲିନାଙ୍କ ସହ ଜାତୀୟ ପତାକା ଧରିବା ନେଇ ନାମ ରହିବା ମୋ ପାଇଁ ବହତୁ ଗର୍ବର ବିଷୟ । ଏତେ ବଡ ପ୍ରତିଯୋଗିତାରେ ନିଜ ଦେଶକୁ ପ୍ରତିନିଧିତ୍ବ କରିବା ନେଇ ବାସ୍ତବରେ ମୁଁ ବହୁତ ଖୁସି । ମୋ ସହଯୋଗୀ ଲଭଲିନାଙ୍କୁ ମଧ୍ୟ ବହୁତ ବହତୁ ଶୁଭେଚ୍ଛା ଜଣାଉଛି ।"

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ଏହି ପ୍ରତିଯୋଗିତାରେ ଭାରତରୁ ମୋଟ 655 ଆଥଲେଟ୍‌ ପ୍ରତିନିଧିତ୍ବ କରିବେ । 40ଟି କ୍ରୀଡ଼ା ଇଭେଣ୍ଟରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ବିଗ ଫାଇଟ ହେବ । 56ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଭାରତୀୟ ହକି ଦଳ ପାକିସ୍ତାନ, ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ସହିତ ପୁଲ-ଏ'ରେ ରହିଛି । ପୁଲ-ବି'ରେ କୋରିଆ, ମାଲେସିୟା, ଆୟୋଜକ ଚୀନ, ଓମାନ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ରହିଛି । ପ୍ରତି ଗ୍ରୁପର ଶ୍ରେଷ୍ଠ ଦଳ ସେମିଫାଇନାଲକୁ ଉତୀର୍ଣ୍ଣ ହେବ । ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସେମିଫାଇନାଲ ଓ ପାଇନାଲରେ ପ୍ରବେଶ କରି ବାଜି ମାରିବା ଲକ୍ଷ୍ୟରେ ରହିଛନ୍ତି । ଭାରତୀୟ ହକି ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ପାଇଛନ୍ତି ।

ABOUT THE AUTHOR

...view details