ନୂଆଦିଲ୍ଲୀ: ଭାରତୀୟ ତୀରନ୍ଦାଜ ସଂଘ(ଏଏଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ 18ଜାନୁଆରୀରେ ଅନୁଷ୍ଠିତ ହେବ । ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଏହି ନିର୍ବାଚନ ହେବ ।
18 ଜାନୁଆରୀରେ ଭାରତୀୟ ତୀରନ୍ଦାଜ ସଂଘର ନିର୍ବାଚନ - ଜାନୁଆରୀ 18
ଏଏଆଇର ନିର୍ବାଚନ ଆଗାମୀ 18ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ୟୁପି, ବିହାର, ହିମାଚଳପ୍ରଦେଶ, ପଞ୍ଜାବ, ଜମ୍ମୁ ଓ କଶ୍ମୀର ଏବଂ ନାଗାଲାଣ୍ଡକୁ ଏହି ନିର୍ବାଚନରେ ସାମିଲ କରାଯାଇ ନାହିଁ ।
ଅକ୍ଟୋବରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ଓ 31 ନଭେମ୍ବରରେ ସେଥିରେ ହୋଇଥିବା ସଂଶୋଧନ ଅନୁଯାୟୀ ରାଜ୍ୟ ସଂଘ ଏହି ନିର୍ବାଚନରେ ସାମିଲ ହୋଇପାରିବେ । ତେବେ ଏହି ନିର୍ବାଚନରେ ୟୁପି, ବିହାର, ହିମାଚଳପ୍ରଦେଶ, ପଞ୍ଜାବ, ଜମ୍ମୁ ଓ କଶ୍ମୀର ଏବଂ ନାଗାଲାଣ୍ଡକୁ ଏହି ନିର୍ବାଚନରେ ସାମିଲ କରାଯାଇ ନାହିଁ ।
ଭି.କେ ମଲହୋତ୍ରା ଓ ବି.ଭି.ପି ରାଓଙ୍କ ମଧ୍ୟରେ ବିବାଦ କାରଣରୁ ଅଲଗା ଅଲଗା ସ୍ଥାନରେ ଜୁନ 9 ତାରିଖରେ ନୂଆଦିଲ୍ଲୀ ଓ ଚଣ୍ଡିଗଡରେ କରାଯାଇଥିଲା । ଯାହା ଅନ୍ତରାଷ୍ଟ୍ରୀୟ ସଂସ୍ଥାର ନିର୍ଦ୍ଦେଶନାମାର ଉଲ୍ଲଂଘନ ଥିଲା । ଏହି କାରଣରୁ ବିଶ୍ବ ତୀରନ୍ଦାଜ ରାଷ୍ଟ୍ରୀୟ ମହାସଂଘକୁ ନିଲମ୍ବିତ କରିଥିଲା ।