ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ମହିଳା କୁସ୍ତି ଖେଳାଳି ଅଂଶୁ ମଲ୍ଲିକ ଓ ସୋନମ ମଲ୍ଲିକ। କାଜାଖସ୍ତାନରେ ଚାଲିଥିବା ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର୍ସ ଫାଇନାଲରେ ପହଞ୍ଚିଛନ୍ତି ଅଂଶୁ ଓ ସୋନମ। ଫଳରେ ଦୁଇ କୁସ୍ତି ଖେଳାଳି ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ଅଲମ୍ପିକ୍ସ କ୍ବାଲିଫାୟର୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
57 କେଜି ମହିଳା ବର୍ଗରେ ଅଂଶୁ ମଲ୍ଲିକ ଯୋଗ୍ୟତା ହାସଲ କରିଥିବା ବେଳେ ସୋନମ 62 କେଜି ବର୍ଗରେ ଯୋଗ୍ୟତା ହାସଲ କରିଛନ୍ତି। ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର୍ସ ଫାଇନାଲରେ 19 ବର୍ଷୀୟ ଅଂଶୁ ମଙ୍ଗୋଲିଆର ଖୋଙ୍ଗୋରଜୁଲ ବୋଲ୍ଦୋସାଇଖାନଙ୍କୁ ଭେଟିବେ। ସେପଟେ ସୋନମ ମଲ୍ଲିକ ମଲ୍ଲିକ ଫାଇନାଲରେ ଚୀନର ଜିୟା ଲୋଙ୍ଗକୁ ଭେଟିବେ।