ଓଡିଶା

odisha

By

Published : May 28, 2021, 4:35 PM IST

ETV Bharat / sports

ସାଗର ଧନକର ହତ୍ୟା ମାମଲା, ଆଉ ଜଣେ କୁସ୍ତିଯୋଦ୍ଧାଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

ମେ 4 ଛତ୍ରଶାଲ ଷ୍ଟାଡିୟମ ବିବାଦ ଓ ସାଗର ଧନକର ହତ୍ୟା ମାମଲାରେ ଆଉ ଜଣେ କୁସ୍ତିଯୋଦ୍ଧାଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

Another wrestler nabbed for Dhankar murder
ସାଗର ଧନକର ହତ୍ୟା ମାମଲାରେ ଆଉଜଣେ କୁସ୍ତିଯୋଦ୍ଧାଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ମେ 4 ଛତ୍ରଶାଲ ଷ୍ଟାଡିୟମ ବିବାଦ ଓ ସାଗର ଧନକର ମୃତ୍ୟୁ ମାମଲାରେ ଆଉ ଜଣେ କୁସ୍ତିଯୋଦ୍ଧାଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ସୂତ୍ର ଅନୁଯାୟୀ, ଯୁବ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ରୋହିତଙ୍କ ସଂପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଏହି ଗିରଫଦାରୀ ସହ ଏଯାବତ ଷ୍ଟାର କୁସ୍ତିଯୋଦ୍ଧା ଓ ଦୁଇ ଥରର ଅଲମ୍ପିଆନ ସୁଶୀଲ କୁମାରଙ୍କ ସମେତ ମୋଟ 8 ଜଣ ପୋଲିସ ହେପାଜତରେ ରହିଛନ୍ତି ।

ଗୁରୁବାର ପୋଲିସ, ସୁଶୀଲ କୁମାରଙ୍କୁ ହରିୟାଣା ଓ ଚଣ୍ଡିଗଡ ନେଇଥିବା ସୂଚନା ମିଳିଛି । ଦିଲ୍ଲୀ ଷ୍ଟାଡିୟମ ବିବାଦ ପରେ ଆତ୍ମଗୋପନ ପାଇଁ ସୁଶୀଲ ଏହିସବୁ ସ୍ଥାନରେ ଘର ନେଇଥିଲେ । ଏହି ସମୟରେ ସୁଶୀଲ କେଉଁଠି ଆତ୍ମଗୋପନ କରିଥିଲେ ଓ କେଉଁମାନେ ତାଙ୍କୁ ଏଥିରେ ସହଯୋଗ କରିଥିଲେ ପୋଲିସ ଜାଣିବାକୁ ଚାହିଁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details