ଅହମ୍ମଦାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗ୍ରୀଷ୍ମକାଳୀନ ଅଲମ୍ପିକ ୨୦୩୬ ( olympics 2036 )ର ଆୟୋଜନ କରିବା ନେଇ ଏକ ବୈଠକ କରିଛନ୍ତି । ବିଶ୍ବର ଏହି ମେଗା ସ୍ପର୍ଟସ ଇଭେଣ୍ଟର ସମୀକ୍ଷା ବୈଠକ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଗୁଜୁରାଟରେ ଭାରତୀୟ ଜନତା ପାର୍ଟିର ସରକାର କହିଥିଲା କି ତାଙ୍କର ଉଦ୍ଦେଶ୍ୟ ଏହା ରହିଛି କି, ୨୦୩୬ ରେ ହେବାକୁ ଥିବା ଅଲମ୍ପିକର ଆୟୋଜନ ଦାୟିତ୍ବକୁ ହାସିଲ କରିବା । ପ୍ରକାଶ ଯେ, 2036 ଅଲମ୍ପିକ୍ ଆୟୋଜନ ପାଇଁ ବିଡ୍ କରିବାକୁ ଥିବା ଦେଶ ମଧ୍ୟରେ ଭାରତ ରେସରେ ରହିଛି । ଭାରତ ଆୟୋଜନ ପାଇଁ ନିଜର ଦାବି ରଖିବ । ପରେ କେଉଁ ଦେଶକୁ ଆୟୋଜନ ଅଧିକାର ମିଳିବ ତାହା ସ୍ପଷ୍ଟ ହେବ ।
OLYMPICS 2036: ଅଲମ୍ପିକ ଆୟୋଜନ ରେସରେ ଭାରତ, ସମୀକ୍ଷା ବୈଠକ କଲେ ଗୃହମନ୍ତ୍ରୀ - ୨୦୩୬ର ଆୟୋଜନ ବୈଠକ
କେନ୍ଦ୍ରୀ ଗୃହମନ୍ତ୍ରୀ ଅମିତ ଶାହା ଗ୍ରୀଷ୍ମ କାଳୀନ ଅଲମ୍ପିକ ୨୦୩୬ର ଆୟୋଜନ କରିବା ନେଇ ଏକ ବୈଠକ କରିଛନ୍ତି । ଅଧିକ ପଢନ୍ତୁ
ଆୟୋଜନ କରିବା ପାଇଁ ଅଧିକାରୀମାନେ ଅନ୍ତର୍ଜାତୀୟ ଅଲମ୍ପିକ ସମିତି ( IOC )ସମ୍ପର୍କରେ ରହିବେ । ସରକାରୀ ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଗୁଜୁରାଟର କ୍ରୀଡା ମନ୍ତ୍ରୀ ହର୍ଷ ସାଙ୍ଘବି, ମୁଖ୍ୟ ସଚିବ ପଙ୍କଜ କୁମାର, ଅହମ୍ମଦାବାଦର ନଗର ଆୟୁକ୍ତ ଏମ ଥେନାରାସନ ଏବଂ ଖେଲ ସଚିବ ଅଶ୍ବିନୀ କୁମାରଙ୍କ ସହିତ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ ।
ସେପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଅଲମ୍ପିକ୍ ଖେଳ ପାଇଁ ତିଆରି ହେଉଥିବା ଦୁଇଟି ମେଗା ସ୍ପୋର୍ଟସ କମ୍ପେଲକ୍ସର ନିର୍ମାଣ କାର୍ଯ୍ୟ ନିଜ ଅଧିନକୁ ନେଇଛନ୍ତି । ଗୋଟିଏ ସ୍ପର୍ଟସ କମ୍ପେଲକ୍ସ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏନକ୍ଲେଭ ନାମରେ ମୋଟେରାରେ ତିଆରି ହେଉଥିବା ବେଳେ ଅନ୍ୟଟି ଅହମ୍ମଦାବାଦ ସହରର ନାରଣପୁରରେ ତିଆରି ହେଉଛି ।