ନୂଆଦିଲ୍ଲୀ: ପ୍ରଥମ ମହିଳା ଖେଳାଳି ଭାବେ ମେରି କମ୍ଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିଛି । ତେବେ ମେରିଙ୍କ ଏବେ ଇଚ୍ଛା ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରି 'ଭାରତ ରତ୍ନ' ପାଇଁ ଯୋଗ୍ୟ ବିବେଚନା ହେବା ।
6ଥର ବିଶ୍ବ ଚମ୍ପିଆନ ମୁକାବିଲାରେ ବିଜେତା ହୋଇଥିବା ମେରି କମ କହିଛନ୍ତି ଯେ, ଭାରତ ରତ୍ନ ପାଇବା ମୋର ସ୍ବପ୍ନ । ଏହି ପୁରସ୍କାର(ପଦ୍ମ ବିଭୂଷଣ) ମତେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ । ଫଳରେ ମୁଁ ଭାରତ ରତ୍ନ ପାଇଁ ବିବେଚିତ ହୋଇ ପାରିବି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@KirenRijiju ଆହୁରି ମଧ୍ୟ ସେ କହିଛନ୍ତି ଯେ, ସଚିନ ତେନ୍ଦୁଲକର ଏକମାତ୍ର ଖେଳାଳି ଯିଏ ଭାରତରତ୍ନ ପାଇଛନ୍ତି । ମୁଁ ବି ଭାରତ ରତ୍ନ ପାଇବାକୁ ଚାହୁଁଛି ଓ ପ୍ରଥମ ମହିଳା ଭାବେ ଏହି ପୁରସ୍କାର ପାଇବାର ଇଚ୍ଛା ଅଛି । ମୁଁ ସଚିନ୍ଙ୍କ ପଥ ଅନୁସରଣ କରିବାକୁ ଚାହୁଁଛି । ତାଙ୍କ ଠାରୁ ମତେ ପ୍ରେରଣା ମିଳେ ।
ଅଲମ୍ପିକକୁ ନେଇ ସେ କହିଛନ୍ତି ଯେ, ମୋର ବର୍ତ୍ତମାନ ଲକ୍ଷ୍ୟ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା । ଏହା ପରେ ଅଲମ୍ପିକରେ ସ୍ବର୍ଣ୍ଣ ହାସଲ କରିବା କଥା ଭାବିବି । ଯଦି ଟୋକିଓରେ ପଦକ ହାସଲ କରିବି ତେବେ ଭାରତ ରତ୍ନ ହାସଲ କରିବାର ଆଶା କରି ପାରିବି । ଭାରତ ରତ୍ନ ଜଣେ ଭାରତୀୟ ପାଇଁ ଶ୍ରେଷ୍ଠ ସମ୍ମାନ ।