ଓଡିଶା

odisha

ETV Bharat / sports

ଭାରତୀୟ ମହିଳା ରିଲେ ରେସ୍‌ ଟିମରେ ଦୂତୀ ଚାନ୍ଦ - Odisha star DuteeChand

ଏପ୍ରିଲ 2019ରେ ହୋଇଥିବା ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ ପରେ ଭାରତୀୟ ଧାବିକାଙ୍କ ପାଇଁ ଏହା ପ୍ରଥମ ବଡ ଅନ୍ତର୍ଜାତୀୟ ଇଭେଣ୍ଟ ହେବ । ଅଧିକ ପଢନ୍ତୁ...

AFI has named Odisha star DuteeChand in the 6-member Indian women's 4x100m squad for World Athletics Relays
ଭାରତୀୟ ମହିଳା ରିଲେ ରେସ୍‌ ଟିମରେ ଦୂତୀ ଚାନ୍ଦ

By

Published : Apr 8, 2021, 8:11 PM IST

ଭୁବନେଶ୍ବର: ଭାରତୀୟ ମହିଳା ରିଲେ ରେସ୍‌ ଟିମରେ ଦୂତୀ ଚାନ୍ଦ । ପୋଲାଣ୍ଡର କ୍ରଜୋରେ ମଇ 1ରୁ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ ରିଲେ ପ୍ରତିଯୋଗିତା ପାଇଁ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ 20 ଜଣିଆ ଦଳ ଘୋଷଣା କରିଛି । ଘୋଷିତ ଦଳରେ 6ସଦସ୍ୟ ବିଶିଷ୍ଟ ଭାରତୀୟ ମହିଳା 4X100 ମିଟର ସ୍କ୍ବାଡରେ ଦୂତୀଙ୍କୁ ସ୍ଥାନ ମିଳିଛି ।

ଦୂତୀ ଚାନ୍ଦ

ଏହି ପ୍ରତିଯୋଗିତା ଏପ୍ରିଲ 2019ରେ ହୋଇଥିବା ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ ପରେ ଭାରତୀୟ ଧାବିକାଙ୍କ ପାଇଁ ପ୍ରଥମ ବଡ ଅନ୍ତର୍ଜାତୀୟ ଇଭେଣ୍ଟ ହେବ ।

ଦୂତୀଙ୍କ ବ୍ୟତୀତ ହିମା ଦାସ, ଏସ ଧନଲକ୍ଷ୍ମୀ, ହିମଶ୍ରୀ ରାୟ, ଅର୍ଚ୍ଚନା ସୁସିନ୍ଦ୍ରନ ଓ ଏଟି ଧନେଶ୍ବରୀ ଆଦି ଖେଳାଳି ରହିଛନ୍ତି । ଏହି ପ୍ରତିଯୋଗିତା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଦୂତୀଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ପୁରୁଷ ବର୍ଗରେ ମଧ୍ୟ ଭାରତୀୟ ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ୱାର୍ଲ୍ଡ ଆଥଲେଟିକ ରିଲେର ଶ୍ରେଷ୍ଠ 8ଟି ଟିମ ସିଧାସଳଖ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଭାରତୀୟ ମିକ୍ସଡ 4X100ମିଟର ରିଲେ ଟିମ ଏପ୍ରିଲ 2019ରେ ଦୋହା ୱାର୍ଲ୍ଡ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିବାସହ ପୂର୍ବରୁ ଅଲମ୍ପିକ ଟିକେଟ ହାତେଇସାରିଛି ।

ମହାମାରୀ କୋରୋନା ଯୋଗୁଁ ଦୀର୍ଘ ବିରତି ପରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ସମସ୍ତ ଆଥଲେଟ ପ୍ରସ୍ତୁତ ସହ ଉତ୍ସାହିତ ଥିବା କହିଛନ୍ତି ଏଏଫଆଇ ସଭାପତି ଆଦିଲ ସୁମାରୀୱାଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details