ନୂଆଦିଲ୍ଲୀ:ଆଫଗାନିସ୍ତାନ ପାରାଲମ୍ପିକ୍ ଟିମ ଆସନ୍ତା ସପ୍ତାହରେ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକରେ ଅଂଶଗ୍ରହଣ କରିବ ନାହିଁ । କାରଣ ନିଜ ଦେଶରେ ସେମାନେ ଫସିରହିଛନ୍ତି । ଏନେଇ ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ ପାରାଲମ୍ପିକ କମିଟି(IPC) ।
ଟୋକିଓ ପାରାଲମ୍ପିକ୍ସରେ ଖେଳିବନି ଆଫଗାନିସ୍ତାନ - ଟୋକିଓ ପାରାଲମ୍ପିକ୍
ନିଜ ଦେଶରେ ଖେଳାଳି ଫସି ରହିଥିବାରୁ ଆଫଗାନିସ୍ତାନ ପାରାଲମ୍ପିକ୍ ଟିମ ଆସନ୍ତା ସପ୍ତାହରେ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକରେ ଅଂଶଗ୍ରହଣ କରିବ ନାହିଁ । ଅଧିକ ପଢନ୍ତୁ...
ଟୋକିଓ ପାରାଲମ୍ପିକ୍ସରେ ଖେଳିବନି ଆଫଗାନିସ୍ତାନ
ମାତ୍ର ଦୁଇଜଣ ପାରା-ଆଥଲେଟ୍ ଟୋକିଓ ପାରାଲମ୍ପିକ୍ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେମାନେ ହେଲେ ତାଇକୋଣ୍ଡୋ ଖେଳାଳି ଜାକିଆ ଖୁଦାଦାଦି ଓ ଟ୍ରାକ ଓ ଫିଲ୍ଡ ଷ୍ଟାର ହୁସେନ ରସୌଲି । ୨୩ ବର୍ଷୀୟା ଜାକିଆ ପ୍ରଥମ ମହିଳା ଭାବେ ପାରାଲମ୍ପିକରେ ଆଫଗାନିସ୍ତାନକୁ ପ୍ରତିନିଧିତ୍ବ କରିବାକୁ ଯାଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ