ଓଡିଶା

odisha

ETV Bharat / sports

ଭାରତୀୟ ବକ୍ସିଂର 'ଏକ ସତେଜ ସୂର୍ଯ୍ୟ ଅସ୍ତ'-ଡିଙ୍ଗ୍‌କୋ - ବିଜୟୀଯୋଦ୍ଧା ଡିଙ୍ଗକୋ ସିଂହ

ସେ ଅଲମ୍ପିକ ପଦକ ଜିତିନଥିଲେ ସତ ମାତ୍ର ଦୁଇ ଦୁଇଜଣ ଅଲମ୍ପିକ୍ସ ପଦକ ବିଜେତାଙ୍କୁ ତାଙ୍କର ପଞ୍ଚ୍‌, ପରାଜୟ ସହ ରିଙ୍ଗ୍‌ରୁ ପଳାୟନର ରାସ୍ତା ଦେଖାଇଥିଲା । ଅଧିକ ପଢନ୍ତୁ...

A Supernova called Dingko
ଭାରତୀୟ ବକ୍ସିଂର 'ଏକ ସତେଜ ସୂର୍ଯ୍ୟ ଅସ୍ତ'-ଡିଙ୍ଗ୍‌କୋ

By

Published : Jun 10, 2021, 8:03 PM IST

ନୂଆଦିଲ୍ଲୀ: ସେ ଥିଲେ ଗୋଟିଏ ସଂସ୍କରଣର ସୁପରଷ୍ଟାର । ଭାରତୀୟ କ୍ରୀଡାରେ ଏହି ପରିଚୟରେ ଅନେକଙ୍କୁ ଫିଟ୍‌ ହେବା ଦେଖାଯାଇ ନାହିଁ, ବିଶେଷ କରି ଏକ ଅଲମ୍ପିକ ପଦକ ବିନା, ମାତ୍ର ସେ ଥିଲେ ଅନନ୍ୟ ଓ ବ୍ୟତିକ୍ରମ । ସେ ଅଲମ୍ପିକ ପଦକ ଜିତିନଥିଲେ ସତ ମାତ୍ର ଦୁଇ ଦୁଇଜଣ ଅଲମ୍ପିକ୍ସ ପଦକ ବିଜେତାଙ୍କୁ ତାଙ୍କର ପଞ୍ଚ୍‌, ପରାଜୟ ସହ ରିଙ୍ଗ୍‌ରୁ ପଳାୟନର ରାସ୍ତା ଦେଖାଇଥିଲା । ବିରାଟ ସମ୍ଭାବନାର ଅନ୍ୟନାମ ଥିଲେ ବକ୍ସର ଡିଙ୍ଗ୍‌କୋ ସିଂହ ।

ଅଭାବୀ ପରିବାରର ପୁଅ ହେବାର ପରିଚୟ ତାଙ୍କର ପ୍ରତିଭାକୁ ପ୍ରମାଣିତ କରିବାରେ ପ୍ରତିବନ୍ଧକ ହୋଇପାରିନଥିଲା । ଗାଁ, ଜିଲ୍ଲା, ରାଜ୍ୟ, ଦେଶ ଓ ବିଶେଷକରି କୋଟିକୋଟି ଭାରତୀୟଙ୍କ ସେ ସେହି ସ୍ବପ୍ନକୁ ପୂରଣ କରିଥିଲେ ଯାହା ଦୀର୍ଘ ଦିନରୁ ଥିଲା ପ୍ରତିକ୍ଷୀତ ।

ତାଙ୍କର ଗୋଟିଏ ଗୋଟିଏ ପଞ୍ଚ୍‌ରେ ପଛକୁ ହଟିଥିଲେ ବିଶ୍ବର ଏକାଧିକ ରଥୀ ମହାରଥୀ । ବିଶ୍ବ ଦେଖିଥିଲା 1998 ସଂସ୍କରଣର ବ୍ୟାଙ୍ଗକକ୍‌ ଏସିଆନ ଗେମ୍ସରେ ବିଶ୍ବ ଦେଖିଥିଲା ଡିଙ୍ଗ୍‌କୋଙ୍କ କମାଲ । ଏହି ସମ୍ମାନଜନକ ଇଭେଣ୍ଟରେ 16 ବର୍ଷ ପରେ ଦେଶକୁ ଦେଇଥିଲେ ସେ ବହୁ ପ୍ରତିକ୍ଷୀତ ସ୍ବର୍ଣ୍ଣ ପଦକ । ଫାଇନାଲ ସ୍ବର୍ଣ୍ଣ ଜିତିବା ପୂର୍ବରୁ ଦୁଇଜଣ ଅଲମ୍ପିକ ପଦକ ବିଜେତାଙ୍କୁ ସେ ହରାଇଥିଲେ । ଏହାହିଁ ତାଙ୍କର ବହୁମୁଖୀ ପ୍ରତିଭାର ପରିଚୟ ଦିଏ ।

ମାତ୍ର ଗୁରୁବାର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସେ ବିଜେତା । କ୍ୟାନସର୍‌ ତାଙ୍କ ଶରୀରର ଲିଭରକୁ 70 ପ୍ରତିଶତ ନଷ୍ଟ କରିଦେବା ପରେ ମଧ୍ୟ 4 ବର୍ଷର ଲମ୍ବା ଲଢେଇ ଲଢିଥିଲେ ସେ । ଶେଷରେ 42 ବର୍ଷ ବୟସରେ ଅନେକ ଭାରତୀୟ ବକ୍ସରଙ୍କୁ ଅନୁପ୍ରାଣୀତ କରିଥିବା ଖେଳାଳିଟି ଇମ୍ଫାଲ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏକଦା ଏମ ସି ମେରୀ କମଙ୍କ ସେ ଥିଲେ ପ୍ରେରଣାର ଉତ୍ସ । ନିଜର ବକ୍ସିଂ ସ୍ବପ୍ନକୁ ପୂରଣ କରିବାକୁ ମେରୀଙ୍କ ସଂଘର୍ଷର ଦିନରେ ଡିଙ୍ଗ୍‌କୋ ହିଁ ବଢାଇତିଲେ ଆତ୍ମବିଶ୍ବାସ ।

କେବଳ ମେରୀକମ୍‌ ନୁହଁନ୍ତି, ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ପିଢିର ବକ୍ସିଂ ଷ୍ଟାର୍‌ ଡିଙ୍ଗୋଙ୍କୁ ଦେଖିବା ପରେ ଆତ୍ମବିଶ୍ବାସ ଲାଭ କରିଛନ୍ତି । ଏଲ ସରିତା ଦେବୀ, ଏଲ ଦେବେନ୍ଦ୍ର ସିଂହ ଓ ସୁନରାଜୟ ସିଂହଙ୍କ ସମେତ ଏହି ତାଲିକାରେ ଅନେକ ନାମ ରହିଛି ।

ତେବେ ନିଜକୁ କେବେ ସେ ବଡ ବୋଲି ଭାବିନାହାନ୍ତି । ଯାହା ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଓ ଜଣେ ଅସାଧାରଣ ପ୍ରତିଭାବାନ ମଣିଷ ମଧ୍ୟରେ ଅତି ସାଧାରଣ ହୃଦୟବାନ ମଣିଷକୁ ବୟାନ କରେ ।

ବର୍ଷ 2010ରେ PTIକୁ ସ୍ବତନ୍ତ୍ର ସାକ୍ଷାତକାରରେ ସେ କୁହନ୍ତି, "ମୁଁ ଜାଣିନଥିଲି ମୋର ଏପରି ପ୍ରଭାବ ରହିଛି । ଜାଣତରେ କେବେ ସେପରି କରିବାକୁ ଚାହିଁନାହିଁ ।"

ସଂଘର୍ଷମୟ ପିଲାବେଳ...

ଡିଙ୍ଗକୋଙ୍କ ଜନ୍ମ ଇମ୍ପାଲର ସେକଟା ଗ୍ରାମରେ ଏକ ଗରିବ ପରିବାରରେ । ପରିବାରର ଆର୍ଥିକ ସ୍ଥିତି ତାଙ୍କ ପିତାମାତାଙ୍କୁ ସ୍ଥାନୀୟ ଏକ ଅନାଥାଶ୍ରମରେ ଡିଙ୍ଗକୋଙ୍କୁ କାମ କରିବାକୁ ପଠାଇବାକୁ ବାଧ୍ୟକରେ । ସୁନା ଚିହ୍ନେ ବଣିଆ ପରି ସେଠାରେ ହିଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ସ୍ପେସାଲ ଗେମ୍ସ ସ୍କିମ(SAG)ରେ ଡିଙ୍ଗକୋଙ୍କ ଭିତରେ ଥିବା ବକ୍ସିଂ ପ୍ରତିଭାର ଝଲକ ଦେଖିବାକୁ ମିଳେ । ଏହାପରେ ଭାରତୀୟ ବକ୍ସିଂକୁ ମିଳେ ନୂଆ ସମ୍ଭାବନା, ଡିଙ୍ଗକୋ ବି ସୁଯୋଗକୁ ସଫଳତାରେ ବଦଳାଇବାକୁ ଲାଗିପଡନ୍ତି ।

ନ୍ୟାସନାଲ କ୍ୟାମ୍ପରେ ସାଥିରେ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ବିଜେତା ଅକିଲ କୁମାର କୁହନ୍ତି, "କେହି ତାଙ୍କୁ ନିୟନ୍ତ୍ରଣାଧୀନ କରିପାରୁନଥିଲେ ଓ ସେ କାହାଦ୍ବାରା ହେଉନଥିଲେ ।"

ମାତ୍ର 10 ବର୍ଷ ବୟସରେ 1989 ସବ-ଜୁନିୟର ନ୍ୟାସନାଲସ ଅମ୍ବାଲାରେ ଚମ୍ପିଆନ ହେବାପରେ ଭାରତୀୟ ବକ୍ସିଂକୁ ମିଳିସାରିଥିଲା ଏକ ବିଜୟୀଯୋଦ୍ଧା ।

ଶ୍ରେଷ୍ଠ ପ୍ରତିନ୍ଦନ୍ଦ୍ବୀଙ୍କୁ ମାତମ ଦେବାକୁ ପ୍ରସ୍ତୁତ ହେବାପରେ ଯାତ୍ରା ଆରମ୍ଭ ହୁଏ ବିଶ୍ବ ମଞ୍ଚକୁ ।

କ୍ୟାରିୟରରେ ନୂଆ ମୋଡ..

1998 ଏସିଆନ ଗେମ୍ସରୁ ବାଦ ପଡିବା ପରେ ଡିଙ୍ଗକୋ ଗଭୀର ଭାବେ ମର୍ମାହତ ହେବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଏ । କାରଣ ସାଙ୍ଘାତିକ ଦର୍ଶାଯାଏ, ଏସିଆନ ଗେମ୍ସ ପ୍ରସ୍ତୁତି ଶିବିର ସମୟରେ ଡିଙ୍ଗକୋ ମଦ୍ୟପାନ କରିବାର ପ୍ରମାଣ ମିଳେ ଓ ସ୍ବାସ୍ଥ୍ୟ ଖରାପ ହୁଏ ।

ପରେ 2000 ଅଲମ୍ପିକ୍ସ ଓ 2002 ରାଜ୍ୟଗୋଷ୍ଠୀ କ୍ରୀଡାରୁ ପ୍ରାରମ୍ଭିକ ରାଉଣ୍ଡରେ ବିଫଳତା ତାଙ୍କ କ୍ୟାରିୟର ଉପରେ ନକରାତ୍ମକ ପ୍ରଭାବ ପକାଏ । ପରେ ସେ କ୍ରୀଡାବିତର କ୍ୟାରିୟର ଶେଷ କରି ଇମ୍ଫାଲର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ସେଣ୍ଟରରେ ପ୍ରଶିକ୍ଷକ ବନିଯାନ୍ତି ।

ମାତ୍ର ଜଣେ ମହିଳା ଭାରଉତ୍ତୋଳନକାରୀ ଖେଳାଳିଙ୍କୁ ମାଡମାରିବା ଅଭିଯୋଗ ପରେ 2014ରେ କୋଚ୍‌ ପଦରୁ ନିଲମ୍ବିତ ହୁଅନ୍ତି ।

ତାଙ୍କର ଷ୍ଟାଇଲ ଥିଲା ନିଆରା, ଆଚରଣ ଥିଲା ବିଚିତ୍ର, ସେ ରାଗ ଉପରେ ନିୟନ୍ତ୍ରଣ ହରାଇବାର ଘଟଣା ଏହା ଗୋଟିଏ ନୁହେଁ ଅନେକ ରହିଛି । ସେ ପ୍ରବଳ ଆତ୍ମବିଶ୍ବାସୀ ଥିଲେ ଓ ପ୍ରତିଭାଶାଳୀ ଥିଲେ । ସେଥିପାଇଁ ଅନ୍ୟକିଛି ତାଙ୍କୁ ଫରକ ପଡୁନଥିଲା ।

ବାବାଇ ନଗୋଙ୍ଗାମଙ୍କୁ ବିହାହ ବନ୍ଧନରେ ଆବନ୍ଧ ହୁଅନ୍ତି । ପରେ ବର୍ଷ 2017ରେ ସେ କ୍ୟାନସରରେ ପୀଡିତ ବୋଲି ଜଣାପଡେ । ଏହାପରେ ମଧ୍ୟ ସେ ଚିରାଚରିତ ଢଙ୍ଗରେ ଉତ୍ତର ରଖନ୍ତି, "ଲଢେଇ ସହଜରେ ମୋ ପାଖକୁ ଆସିଯାଏ, ଏହା ସହ ମଧ୍ୟ ଲଢିବି ।"

ଗତବର୍ଷ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଥିଲେ ଡିଙ୍ଗକୋ ସିଂ । କ୍ୟାନସର ଚିକିତ୍ସା ପାଇଁ ପୂର୍ବତନ ବକ୍ସରଙ୍କୁ ଇମ୍ପାଲରୁ ଦିଲ୍ଲୀ ନିଆଯାଇଥିଲା । ଲକଡାଉନ ଯୋଗୁଁ ଦିଲ୍ଲୀରେ ହେବାକୁ ଥିବା ରେଡିଏସନ ଥେରାପି ଚିକିତ୍ସା ଧାର୍ଯ୍ୟ ତାରିଖରେ ପହଞ୍ଚିବାକୁ ଅସମର୍ଥ ହୋଇଥିଲେ ଏହି ପୂର୍ବତନ ବକ୍ସର । ପରେ କ୍ରୀଡା ମନ୍ତ୍ରଣାଳୟକୁ ସହାୟତା ପାଇଁ ଗୁହାରୀ କରିଥିଲେ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ମଣୀପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ପରେ ବିମାନ କମ୍ପାନୀ ସ୍ପାଇସଜେଟ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଘୋଷଣା କରିଥିଲା ।

ମାତ୍ର 19 ବର୍ଷ ବୟସରେ 1998 ଏସିଆନ ଚମ୍ପିଆନସିପରେ ଦେଶ ପାଇଁ ସ୍ବର୍ଣ୍ଣ ବିଜେତା ରହିଛନ୍ତି ଡିଙ୍ଗକୋ ସିଂ ଓ ଅନେକ ଭାରତୀୟ ବକ୍ସରଙ୍କ ପାଇଁ ଥିଲେ ପ୍ରେରଣ । ତାଙ୍କର ବିୟୋଗରେ ଭାରତୀୟ ବକ୍ସିଂରେ ଏକ ସଫଳତମ ଅଧ୍ୟାୟର ଅନ୍ତ ହୋଇଛି ଓ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details