ଢେଙ୍କାନାଳ: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଆରମ୍ଭ ହେଲା ସପ୍ତମ କ୍ରୀଡା ମହୋତ୍ସବ । ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଅଧ୍ୟକ୍ଷ ବିଜୟ ନାୟକ ଯୋଗଦେଇଥିଲେ।
ପ୍ରଥମେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା, ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚିଥିଲା। କ୍ରୀଡା ମହୋତ୍ସବର ସଭାପତି ତଥା ଉପ-ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କ୍ରୀଡା ମହୋତ୍ସବ ୪ ଦିନ ଧରି ଚାଲିବ ।