ଓଡିଶା

odisha

ETV Bharat / sports

2 ଜାତୀୟ ଉତ୍କର୍ଷ କେନ୍ଦ୍ରରେ 30 କ୍ରୀଡ଼ାବିତ କୋରୋନା ସଂକ୍ରମିତ - 30 ଜଣ କ୍ରୀଡ଼ାବିତ କୋରୋନା ସଂକ୍ରମିତ

ପଟିଆଲା ଓ ବେଙ୍ଗାଲୁରୁ ଜାତୀୟ ଉତ୍କର୍ଷ କେନ୍ଦ୍ରରୁ 30 ଜଣ କ୍ରୀଡ଼ାବିତ ଓ ଅନ୍ୟ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

30 ଜଣ କ୍ରୀଡ଼ାବିତ କୋରୋନା ସଂକ୍ରମିତ ହୋଇଛନ୍ତି
30 ଜଣ କ୍ରୀଡ଼ାବିତ କୋରୋନା ସଂକ୍ରମିତ ହୋଇଛନ୍ତି

By

Published : Mar 31, 2021, 9:19 PM IST

ନୂଆଦିଲ୍ଲୀ: ପଟିଆଲା ଓ ବେଙ୍ଗାଲୁରୁ ଜାତୀୟ ଉତ୍କର୍ଷ କେନ୍ଦ୍ରରୁ(national center of excellence) 30 ଜଣ କ୍ରୀଡ଼ାବିତ ଓ ଅନ୍ୟ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । 741ଟି କୋରୋନା ଯାଞ୍ଚ ପରେ 30 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କୌଣସି ଖେଳାଳି ସାମିଲ ନାହାଁନ୍ତି । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି ।

30 ଜଣଙ୍କ ମଧ୍ୟରେ ଭାରତୀୟ ପୁରୁଷ ବକ୍ସିଂ କୋଚ ସିଏ କୁଟ୍ଟପ୍ପା ଓ ସଟଫୁଟ କୋଚ୍ ମହିନ୍ଦର ସିଂହ ଧିଲନ ସାମିଲ ରହିଛନ୍ତି। ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବେଙ୍ଗାଲୁରୁ 428ଟି ଓ ପଟିଆଲାରେ 313ଟି କୋରୋନା ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପଟିଆଲାରେ 26ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁରେ 4ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଗକୁ ଅଲିମ୍ପିକ୍ସ ଆସୁଥିବାରୁ ସମସ୍ତ ଆଥଲେଟ ଓ ସପୋର୍ଟ ଷ୍ଟାଫଙ୍କ କୋରୋନା ଯାଞ୍ଚ କରାଯାଇଥିଲା। ବେଙ୍ଗାଲୁରୁ ଓ ପଟିଆଲା ଜାତୀୟ ଉତ୍କର୍ଷ କେନ୍ଦ୍ରରେ ସଭିଁଙ୍କ RTPCR କୋରୋନା ଯାଞ୍ଚ କରାଯାଇଥିଲା। ତେବେ ଏଥିରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ କୋରୋନା ନେଗେଟିଭ ରିପୋର୍ଟ ଆସିଥିବା ଜାତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details