ମିରଟ: କ୍ରୀଡାଜଗତରୁ ମହାମାରୀ କୋରୋନା ନେଇଗଲା ଆଉ ଜଣେ ଦକ୍ଷ ବ୍ୟକ୍ତିଙ୍କ ଜୀବନ । ବରିଷ୍ଠ ହକି ଇଣ୍ଡିଆ ଅମ୍ପାୟର ବିରେନ୍ଦ୍ର ସିଂହ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 47 ବର୍ଷ ବୟସ ହୋଇଥିଲା ।
ବିରେନ୍ଦ୍ର ଏକାଧିକ ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ଓ ହକି ଇଣ୍ଡିଆ ନ୍ୟାସନାଲ ଚମ୍ପିଆନସିପ୍ ପରିଚାଳନା କରିଛନ୍ତି । ଗତ ମାସରେ ମଧ୍ୟପ୍ରଦେଶର ଟିକମଗଡରେ ଖେଳାଯାଇଥିବା 56ତମ ସର୍ବଭାରତୀୟ ବୀର ସିଂହ ଜୁଦେବ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟରେ ଅମ୍ପାୟର ଦାୟିତ୍ବ ତୁଲାଇଥିଲେ ବିରେନ୍ଦ୍ର ।