ଓଡିଶା

odisha

ETV Bharat / sports

ନଭେମ୍ବର 1ରୁ କଳିଙ୍ଗରେ ହକି ମ୍ୟାଚ: କମିଶନରେଟ ପୋଲିସର ପ୍ରସ୍ତୁତି - ପ୍ରସ୍ତୁତି ବୈଠକ

କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଏଫଆଇଏଚ ଅଫିସିଆଲଙ୍କ ବୈଠକ ସରିଛି ।

ଫଟୋ ସୌଜନ୍ୟ: ସମ୍ବାଦତାତା, ଭୁବନେଶ୍ବର

By

Published : Oct 11, 2019, 1:23 AM IST

ଭୁବନେଶ୍ବର: ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ମହାସମର । ପ୍ରତିଟି ଗୋଲରେ ଝୁମିବେ ଓଡିଶା ହକିପ୍ରେମୀ । କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ନଭେମ୍ବର ୧ ରୁ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି ।

ଋଷିଆ ପୁରୁଷ ଟିମ ଓ ଟିମ ଇଣ୍ଡିଆ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ପରେ ଭାରତୀୟ ମହିଳା ହକି ଟିମ ସହ ୟୁଏସଏ ମହିଳା ଟିମର ମୁକାବିଲା ହେବ ।

ସେଥିପାଇଁ ଦର୍ଶକଙ୍କ ସିଟିଂ ଆରେଞ୍ଜମେଣ୍ଟ, ପାର୍କିଂ , ଟ୍ରାଫିକ ନିୟନ୍ତ୍ରଣ, ଖେଳାଳିଙ୍କ ରହଣି ସହ ସମସ୍ତ ବ୍ୟବସ୍ଥାର ତଦାରଖ କରାଯାଉଛି । ପ୍ରସ୍ତୁତି ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଏଫଆଇଏଚ ଅଫିସିଆଲଙ୍କ ବୈଠକ ସରିଛି । ହକି ବିଶ୍ବକପରେ ଯେପରି ବ୍ୟବସ୍ଥା କରାଯାଇଥିଲା, ସେପରି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details