ଓଡିଶା

odisha

ETV Bharat / sports

ଅଲିମ୍ପିକ୍ସ ପାଇଁ ସାମ୍ଭାବ୍ୟ ମହିଳା ହକି ଦଳ ଘୋଷିତ - indian hockey team

ଟୋକିଓ ଅଲିମ୍ପିକ୍ସ ପାଇଁ 25 ଜଣିଆ ସାମ୍ଭାବ୍ୟ ମହିଳା ହକି ଖେଳାଳିଙ୍କ ନାମ ଘୋଷଣା ହୋଇଛି। ଚଳିତ ବର୍ଷ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏହି ହକି ଖେଳାଳିମାନେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଶିବିରରେରେ ଅଭ୍ୟାସ ଆରମ୍ଭ କରିବେ। ଅଧିକ ପଢ଼ନ୍ତୁ...

Possible women's hockey team has been announced for Olympics 2021
ଅଲିମ୍ପିକ୍ସ ପାଇଁ ସାମ୍ଭାବ୍ୟ ମହିଳା ହକି ଦଳ ଘୋଷିତ

By

Published : Feb 14, 2021, 6:49 PM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ 25 ଜଣିଆ ସାମ୍ଭାବ୍ୟ ମହିଳା ହକି ଖେଳାଳିଙ୍କ ନାମ ଘୋଷଣା ହୋଇଛି। ଚଳିତ ବର୍ଷ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏହି ହକି ଖେଳାଳିମାନେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଶିବିରରେ(Sports Authority of India)ରେ ଅଭ୍ୟାସ ଆରମ୍ଭ କରିବେ। ଜାତୀୟ ବରିଷ୍ଠ ମହିଳା ହକି ଦଳ ଆର୍ଜେଣ୍ଟିନା ଗସ୍ତରେ ରହିଥିଲା। ଏହି ଗସ୍ତରୁ ଫେରିବା ପରେ ହକି ଇଣ୍ଡିଆ ପକ୍ଷରୁ ସାମ୍ଭାବ୍ୟ ହକି ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଶିବିରରେ ହକି ଖେଳାଳି ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି। ଆର୍ଜେଣ୍ଟିନାରେ ଭାରତୀୟ ଦଳ ଏତେଟା ଭଲ ପ୍ରଦର୍ଶନ କରି ପାରିନଥିଲା। ତେବେ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ବିରୋଧରେ ପୂର୍ବ ଅପେକ୍ଷା ଦଳ ଭଲ ପ୍ରଦର୍ଶନ କରିଛି ବୋଲି କହିଥିଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ।

କ୍ବାରେଣ୍ଟିନ ଅବଧି ଶେଷ ହେବାପରେ ଟୋକିଓ ଅଲିମ୍ପିକ୍ସ ପାଇଁ ରାଷ୍ଟ୍ରିୟ ଶିବିରରେ ଅଭ୍ୟାସ ଆରମ୍ଭ କରିବେ ଖେଳାଳି। ଘୋଷଣା ହୋଇଥିବା ସାମ୍ଭାବ୍ୟ 25 ଜଣ ମହିଳା ହକି ଖେଳାଳି ମଧ୍ୟରେ ସବିତା, ରଜନୀ ଏତିମାରପୁ ଓ ବିଚ୍ଛୁ ଦେବୀ ଗୋଲକିପର ଭାବରେ ସାମିଲ ହୋଇଛନ୍ତି।

ସେହିଭଳି ଦୀପ ଗ୍ରେସ ଏକା, ରୀନା ଖୋଖର, ସଲିମା ଟେଟେ, ମନପ୍ରୀତ କୌର, ଗୁରଜିତ କୌର ଓ ନିଶା ଡିଫେଣ୍ଡର ଭାବରେ ସାମିଲ ହୋଇଛନ୍ତି। ନିକି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଳିମା ମିଞ୍ଜ, ସୁଶୀଳା ଚାନୁ ପୁଖାରମ୍ବାମ ଓ ନମିତା ଟପ୍ପୋ ମିଡଫିଲଡର ଭାବରେ ସାମିଲ ହୋଇଛନ୍ତି। ସେପଟେ ରାନୀ ରାମପାଲ, ଲାଲରେମସିୟାମୀ, ବନ୍ଦନା କଟରିୟା, ନଜ୍ୟୋତ କୌର, ରଜବିନ୍ଦର କୌର, ଜ୍ୟୋତି, ଶର୍ମିଲା ଦେବୀ, ଉଦିତା ଓ ରଶ୍ମିତା ମିଞ୍ଜ ଫରୱାର୍ଡ ଭାବରେ ସାମିଲ ହୋଇଛନ୍ତି।

@ians

ABOUT THE AUTHOR

...view details