ଓଡିଶା

odisha

By

Published : Oct 28, 2020, 7:14 PM IST

ETV Bharat / sports

ଉତ୍ତରପ୍ରଦେଶ: କୋଭିଡ ନିୟମ ସହ 250 ହକି ଖେଳାଳିଙ୍କ ଅଭ୍ୟାସ ଆରମ୍ଭ

କୋଭିଡ ଗାଇଡଲାଇନ ସହ ଉତ୍ତରପ୍ରଦେଶରେ 250 ହକି ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । କୋରୋନା ଯୋଗୁଁ 7 ମାସ ହେଲା ପଡ଼ିଆକୁ ଓହ୍ଲାଇ ନ ଥିଲେ ଖେଳାଳି । ଅଧିକ ପଢ଼ନ୍ତୁ...

ଉତ୍ତର ପ୍ରଦେଶ: କୋଭିଡ ନିୟମ ସହ 250 ହକି ଖେଳାଳିଙ୍କ ଅଭ୍ୟାସ ଆରମ୍ଭ
ଉତ୍ତର ପ୍ରଦେଶ: କୋଭିଡ ନିୟମ ସହ 250 ହକି ଖେଳାଳିଙ୍କ ଅଭ୍ୟାସ ଆରମ୍ଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶର 250 ହକି ଖେଳାଳି ଆଜି(ବୁଧବାର) ଅଭ୍ୟାସ ଆରମ୍ଭ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ପ୍ରାୟ 7 ମାସ ପରେ ଖେଳାଳିମାନେ ଆଜି ପଡ଼ିଆର ଡ୍ରିଲ ଆରମ୍ଭ କରିଛନ୍ତି । ଅଭ୍ୟାସବେଳେ ଖେଳାଳୀମାନେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା କୋଭିଡ ଗାଇଡଲାଇନକୁ ପାଳନ କରାଯାଉଛି ।

ଉତ୍ତର ପ୍ରଦେଶ: କୋଭିଡ ନିୟମ ସହ 250 ହକି ଖେଳାଳିଙ୍କ ଅଭ୍ୟାସ ଆରମ୍ଭ

ହକି ସହ ଉତ୍ତର ପ୍ରଦେଶରେ ବହୁ ସୀମିତ କ୍ରୀଡ଼ା ଅଭ୍ୟାସ ଆରମ୍ଭ ହୋଇଛି। ଏଥିପାଇଁ କୋରୋନା ଗାଇଡ ଲାଇନର ଯଥେଷ୍ଟ ଧ୍ୟାନ ଦିଆଯାଉଛି। 7 ମାସ ହେଲା ପଡ଼ିଆରୁ ଦୂରେଇ ରହିଥିବାରୁ ଖେଳାଳିଙ୍କୁ ସାମାନ୍ୟ ଅଭ୍ୟାସ କରାଯାଉଛି। ସମସ୍ତ ଖେଳାଳିଙ୍କୁ ନିଜର ପ୍ରକୃତ ଖେଳ ଦେଖାଇବାକୁ ଆହୁରି କିଛି ସମୟ ଲାଗିବ। ଖେଳାଳିମାନେ ନିଜ କୋଚଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭ୍ୟାସ ଆରମ୍ଭ କରିଛନ୍ତି।

ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବା ପରେ ଉତ୍ତର ପ୍ରଦେଶ ହକି ଆସୋସିଏସନ ଖୁସି ଜାହିର କରିଛି । ଉତ୍ତରପ୍ରଦେଶ ହକି ଆସୋସିଏସନର ସାଧାରଣ ସଚିବ ଆରପି ସିଂହ କହିଛନ୍ତି ଯେ, "ଏତେ ଦିନ ପରେ ଖେଳାଳିମାନେ ପିଚ ଉପରକୁ ଫେରିବା ନିଶ୍ଚିତ ଭାବରେ ଏକ ଖୁସିର କଥା। 7 ମାସ ପରେ ହକି ଖେଳାଳି ପଡ଼ିଆକୁ ଫେରିଛନ୍ତି । ପଡିଆରୁ ଦୂରେଇ ରହିବା ଯେକୌଣସି ଖେଳାଳି ପାଇଁ କଷ୍ଟସାଧ୍ୟ। ଗୃହ ମନ୍ତ୍ରାଳୟର ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମ ଅନୁଯାୟୀ ଆମେ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଅନୁମତି ଦେଇଛୁ। ପ୍ରଥମ ପର୍ଯ୍ୟାୟରେ ଖେଳାଳିଙ୍କ ଉପରେ ବେଶୀ ଜୋର ଦିଆଯାଉନାହିଁ। କେବଳ ସାମାନ୍ୟ ଅଭ୍ୟାସ ଜାରି ରହିଛି।"

ଖେଳାଳୀଙ୍କ ଅଭ୍ୟାସକୁ ନେଇ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଏସଓପି ଜାରି କରାଯାଇଛି । ଉତ୍ତରପ୍ରଦେଶରେ ପ୍ରମୁଖ ହକି କ୍ୟାମ୍ପ ଏହାକୁ ମାନି ଅଭ୍ୟାସ ଆରମ୍ଭ କରାଯାଉଛି। ଆଗକୁ ରାଜ୍ୟସ୍ତରୀୟ ଏବଂ ଘରୋଇ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ପ୍ରସ୍ତୁତ କରାଉଛି ଉତ୍ତର ପ୍ରଦେଶ ହକି ଆସୋସିଏସନ ।

ଏନେଇ ଉତ୍ତର ପ୍ରଦେଶ ହକି ଆସୋସିଏସନ ସଭାପତି ରାକେଶ କଟ୍ୟାଲ କହିଛନ୍ତି ଯେ, "ହକି ଖେଳାଳିମାନେ ଘରୋଇ ସିରିଜ ପୂର୍ବରୁ ନିଜ ଫର୍ମକୁ ଫେରିବେ ବୋଲି ଆମେ ଆଶା କରୁଛୁ। ଏହାଦ୍ବାରା ଆମେ ଷ୍ଟେଟ ଚାମ୍ପିୟନସିପ ଆୟୋଜନ କରିପାରିବୁ। ଏଥିପାଇଁ ହକି ଇଣ୍ଡିଆକୁ ଆମେ ଧନ୍ୟବାଦ ଦେଉଛୁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details