ଭୁବନେଶ୍ବର:ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ହକି ଟିମକୁ ଭୁବନେଶ୍ବରରେ ସ୍ବାଗତ କରୁଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମକୁ ସମ୍ବର୍ଦ୍ଧିତା କରିଛନ୍ତି । ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ମୁଖ୍ୟ ଓ FIH ମୁଖ୍ୟ ନରିନ୍ଦର ବାତ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି ।
ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ୍ ଓଡିଶାକୁ ଭାରତୀୟ ହକିର ଘର ଓ ଓଡିଶାବାସୀ ପରିବାର ବୋଲି କହିଛନ୍ତି ।
ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଥିବା ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଲମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶା ସରକାର ଖେଳାଳିଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିସହ ଉଭୟ ଟିମର ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଓ ଟିମକୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମିଳିଛି । ସେହିପରି ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ବିଜେତାଙ୍କ ତାଲିକା
ମହିଳା ଟିମ:-
୧. ସର୍ବାଧିକ ଗୋଲ୍ ରୋକିଥିବା ଖେଳାଳି- ଗୋଲ୍କିପର, ସବିତା ପୁନିଆ
୨. ଅଲମ୍ପିକ୍ରେ ସର୍ବାଧିକ ଗୋଲ୍ ଆସିଷ୍ଟ ଆୱାର୍ଡରାନୀ ରାମପାଲ, ନବନୀତ କୌର
୩. ଚମତ୍କାର ଡିଫେଣ୍ଡିଂ ଆୱାର୍ଡ- ଡିଫେଣ୍ଡର ଦୀପଗ୍ରେସ ଏକ୍କା