ଓଡିଶା

odisha

ETV Bharat / sports

ଓଡିଆ ଖେଳାଳି ଭାରତୀୟ ହକ ଦଳର ଉପ-ଅଧିନାୟିକା - ମହିଳା ହକି

ଆଗାମୀ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ହକି ଇଣ୍ଡିଆ । ଦଳରୁ ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇ ଦଳରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ଫାଇଲ ଫଟୋ

By

Published : Mar 28, 2019, 3:06 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଆସନ୍ତା ମାସରେ ମାଲେସିଆ ଗସ୍ତ କରିବ । ଏଥିପାଇଁ ବୁଧବାର ହକି ଇଣ୍ଡିଆ ଦଳ ଘୋଷଣା କରିଛି । ଏଥିରେ 4 ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅଭିଜ୍ଞ ଖେଳାଳି ଦୀପଗ୍ରେସ୍‌ ଏକ୍କାଙ୍କୁ ଦଳର ଉପଅଧିନାୟିକା କରାଯାଇଛି ।

ଅନ୍ୟ 3 ଓଡିଆ ହେଲେ ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ ଏବଂ ଲିଲିମା ମିଞ୍ଜ । ଡିଫେଣ୍ଡର ଦୀପଗ୍ରେସ୍‌ ଦଳରେ ଜଣେ ନିୟମିତ ସଦସ୍ୟ । ଅନେକ ସିରିଜରେ ସେ ଭାରତ ପାଇଁ ମ୍ୟାଚ ବିଜୟୀ ପ୍ରଦର୍ଶନ ଦେଇଛନ୍ତି । ଏହି ଗସ୍ତ ପାଇଁ ହକି ଇଣ୍ଡିଆ 18 ଜଣିଆ ଦଳ ଘୋଷଣା କରିଛି ।

ନିୟମିତ ଅଧିନାୟିକା ରାଣୀ ରାମପାଲ ଆହତ କାରଣରୁ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ବରିଷ୍ଠ‌ ଗୋଲରକ୍ଷିକା ସବିତା ପୁନିଆଙ୍କ ଉପରେ ନେତୃତ୍ବ ଭାର ଅର୍ପଣ କରାଯାଇଛି । ଏହାସହ ଦଳରୁ ନମିତା ଟପ୍ପୋଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଏହା ଭାରତର ଶେଷ ଗସ୍ତ । ତେଣୁ ଏଥିରେ ଉତ୍ତମ ପ୍ରଦର୍ଶନ ଦଳର ଲକ୍ଷ୍ୟ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି । ଆସନ୍ତା ଏପ୍ରିଲ ୪ରୁ ୧୧ ମଧ୍ୟରେ ଭାରତ କ୍ବାଲାଲମ୍ପୁରରେ ଘରୋଇ ମାଲେସିଆ ବିରୋଧରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ୪ ତାରିଖରେ ପ୍ରଥମ ମ୍ୟାଚ ଖେଳିବା ପରେ ଭାରତ ୬, ୮, ୧୦ ଏବଂ ୧୧ରେ ପରବର୍ତ୍ତୀ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details