ଭୁବନେଶ୍ବର:ନଭେମ୍ବର 24 ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ବକପ । ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ରହିଛି । ଏପରିକି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ମ୍ୟାଚ୍ ସୂଚୀ ମଧ୍ୟ ଘୋଷଣା ଶେଷ ହୋଇଛି ।
କଳିଙ୍ଗରେ ବିଶ୍ୱକପ ଆୟୋଜିତ ହେଲେ ଓଡିଶା ପାଇଁ ନାହିଁ ବିପଦ: DMET ରାଜ୍ୟରେ କୋଭିଡ ମହାମାରୀ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହୋଇନଥିବାରୁ ରାଜଧାନୀରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ । ତେବେ ଜୁନିଅର ପୁରୁଷ ହକି ବିଶ୍ବକପ ଆୟୋଜନ ହେଲେ ଓଡିଶା ପାଇଁ କିଛି ବିପଦ ନରହି ପାରେ। ଏହା କହିଛନ୍ତି DMET ସିବିକେ ମହାନ୍ତି ।
DMET କହିଛନ୍ତି, ପ୍ରତ୍ୟେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ ଆସେ। ସେହି ଅନୁଯାୟୀ ଖେଳ ହୁଏ l ଯାହା ଗାଇଡ଼ଲାଇନ୍ ଆସିବ ସେହି ଅନୁସାରେ ଖେଳ ହେବ। ଖେଳକୁ ନେଇ କିଛି ଆଗ୍ରହୀ ଦର୍ଶକ ଭିଡ଼ ଜମାଇ ପାରନ୍ତି ମାତ୍ର ସେଥିପାଇଁ ସଚେତନ ରହିବାକୁ ପଡିବ l
ହକି ଫେଡେରେସନ ଯାହା ଗାଇଡ଼ଲାଇନ ଦେବେ ସେହି ଅନୁସାରେ କଳିଙ୍ଗ ଷ୍ଟାଡିୟମରେ ଖେଳ ହେବ l ଆମେ ଯଦି ସତର୍କ ଭାବେ ନିୟମ ପାଳନ କରିବା ତେବେ ବିଶ୍ବକପ ଆୟୋଜନ ହେଲେ ଓଡିଶା ପାଇଁ କିଛି ବିପଦ ନରହି ପରେ କହିଛନ୍ତି DMET ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ