ଓଡିଶା

odisha

ETV Bharat / sports

Junior Hockey WC: ସେମିରେ ଟିମ ଇଣ୍ଡିଆ, ଲଢୁଆ ପ୍ରଦର୍ଶନକୁ କୋଚ୍‌ଙ୍କ ପ୍ରଶଂସା - ଭାରତୀୟ ହକି କୋଚ୍‌ ଗ୍ରାହମ ରେଡ୍‌

ଚଳିତ FIH ଜୁନିଅର ହକି ବିଶ୍ବକପ ୨୦୨୧ରେ ଭାରତୀୟ ଜୁନିଅର ହକି ଟିମର ଦମଦାର ପ୍ରଦର୍ଶନ ଜାରି । ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ବୁଧବାର ହାଇଭୋଲଟେଜ୍‌ କ୍ବାର୍ଟର-ଫାଇନାଲ ଲଢେଇରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମିଫାଇନାଲ(semifinal)ରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

Junior Hockey WC: Coach Graham Reid lauds Indian colts but cautions ahead of semis
Junior Hockey WC: ସେମିରେ ଟିମ ଇଣ୍ଡିଆ, ଲଢୁଆ ପ୍ରଦର୍ଶନକୁ କୋଚ୍‌ଙ୍କ ପ୍ରଶଂସା

By

Published : Dec 2, 2021, 4:05 PM IST

ନୂଆଦିଲ୍ଲୀ: ଚଳିତ FIH ଜୁନିଅର ହକି ବିଶ୍ବକପ ୨୦୨୧ରେ ଭାରତୀୟ ଜୁନିଅର ହକି ଟିମର ଦମଦାର ପ୍ରଦର୍ଶନ ଜାରି । ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ବୁଧବାର ହାଇଭୋଲଟେଜ୍‌ କ୍ବାର୍ଟର-ଫାଇନାଲ ଲଢେଇରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ମ୍ୟାଚ୍‌ରେ ବେଲଜିୟମ ଖେଳାଳିଙ୍କ ଗୋଲ୍‌ ପାଇଁ ଘନଘନ ଆକ୍ରମଣ ସତ୍ତ୍ବେ ଭାରତୀୟ ଡିଫେନ୍ସ ଦୃଢ ଭାବେ ସମସ୍ତ ପ୍ରୟାସକୁ ପ୍ରତିହତ କରିଥିଲା । ମ୍ୟାଚ୍‌ ଆରମ୍ଭରୁ ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଭାରତୀୟ ଯୁବ ଖେଳାଳିଙ୍କ ଏହି ଲଢୁଆ ପ୍ରଦର୍ଶନ ମୁଖ୍ୟ କୋଚ୍‌ ଗ୍ରାହାମ ରେଡ୍‌(graham reid)ଙ୍କୁ ପ୍ରଭାବିତ କରିଛି ।

ହକି ଟିମ ଇଣ୍ଡିଆ କୋଚ୍‌ ଗ୍ରାହାମ ରେଡ୍‌

ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋଚ୍‌ ରେଡ୍‌ କହିଛନ୍ତି, ‘ଏହି ମ୍ୟାଚ୍‌ରେ ଟିମର ଡିଫେନ୍ସ ବିଭାଗ ବେଶ ପ୍ରଭାବୀ ପ୍ରଦର୍ଶନ କରିଛି । ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହା ସମ୍ଭବ ହୋଇପାରିନଥିଲା । ତେବେ ଏହିଦିଗରେ ଅନେକ ଉନ୍ନତି ହୋଇଛି ଓ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମଳିଛି । ଆଗାମୀ ଦୁଇଦିନରେ ଏହାଠାରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ହେବ ।’

ଏହାମଧ୍ୟ ପଢନ୍ତୁ:Junior Hockey WC: ଅଲମ୍ପିକ୍ ବଦଲା ନେଲା ଭାରତ, କ୍ବାର୍ଟରରେ କଟିଲା ବେଲ୍‌ଜିୟମ

ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ ଅଲମ୍ପିକ୍‌ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛି । ଜୁନିଅର ବିଶ୍ବକପରେ ବିଜୟ ଅର୍ଥାତ ପରବର୍ତ୍ତୀ ପିଢିର ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା । ଏପରି ପ୍ରଦର୍ଶନ ଦ୍ବାରା ଭାରତୀୟ ସିନିୟର ଟିମରେ ଖେଳିବାରୁ ସୁଯୋଗ ବଢିବ । ପୂର୍ବରୁ ମଧ୍ୟ ଜୁନିଅର ଟିମରେ କମାଲ ପରେ ମନପ୍ରୀତ ସିଂହ, ମନଦୀପ ସିଂହ ଓ ହରମନପ୍ରୀତ ସିଂହଙ୍କ ଭଳି ଖେଳାଳି ସିନିଅର ଟିମର ପ୍ରମୁଖ୍ୟ ସଦସ୍ୟ ହୋଇପାରିଛନ୍ତି । ସିନିଅର ଟିମର ମୁଖ୍ୟ କୋଚ୍‌ ଗ୍ରାହାମ ରେଡ୍‌ ଯୁବଖେଳାଳିଙ୍କୁ ମଧ୍ୟ କୋଚ୍‌ ଥିବାରୁ ଭାରତର ଆଗାମୀ ଭବିଷ୍ୟତକୁ ପାଖରୁ ପରଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details