ଓଡିଶା

odisha

ETV Bharat / sports

ପ୍ରତି ମ୍ୟାଚ ଜିତିବା ଆମର ଲକ୍ଷ୍ୟ: ଜାପାନ କୋଚ

ପୁରୁଷ ହକି ସିରିଜ ଫାଇନାଲ 2019 କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଶକ୍ତିଶାଳୀ ଜାପାନ ହକି ଦଳ ।

By

Published : Jun 2, 2019, 1:37 PM IST

Updated : Jun 2, 2019, 3:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପୁରୁଷ ହକି ସିରିଜ ଫାଇନାଲ 2019 କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଶକ୍ତିଶାଳୀ ଜାପାନ ହକି ଦଳ । ଜୁନ 6ରୁ ସିରିଜର ମ୍ୟାଚ ପର୍ଯ୍ୟାୟ ଆରମ୍ଭ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ପୁଲ ବି ରେ ଜାପାନ ସହିତ ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ୟୁଏସଓ ରହିଛନ୍ତି । 2020 ଅଲମ୍ପିକ୍ସ ଜାପାନ ଆୟୋଜନ କରୁଛି । ତେବେ ଦଳ ଅଲମ୍ପିକ୍ସ ପାଇଁ ଆୟୋଜକ ଦଳ ଭାବେ ଯୋଗ୍ୟତା ଅର୍ଜନ କରିସାରିଛି ।

ତେବେ ଏହି ସିରିଜରେ ଅନ୍ୟଦଳମାନେ ଅଲମ୍ପିକ୍ସ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାପାନ ଏହି ସିରିଜରେ ଭଲ ଲଢୁଆ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତି ମ୍ୟାଚ ଗୁରୁତ୍ତ୍ବପୂର୍ଣ୍ଣ ଓ ପ୍ରତି ମ୍ୟାଚକୁ ଜିତିବା ଲକ୍ଷ୍ୟରେ ଜାପାନ ଖେଳିବ ବୋଲି କୋଚ ସିଫ୍ରାଏଡ ଏକମାନ କହିଛନ୍ତି । ଏହି ପୁରୁଷ ହକି ସିରିଜରେ ଭାରତୀୟ ଦଳ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଫାଇନାଲରେ ଜାପାନ ଓ ଭାରତ ଟକ୍କର ହୋଇପାରେ ବୋଲି ଜାପାନର କୋଚ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 2, 2019, 3:02 PM IST

ABOUT THE AUTHOR

...view details