ନୂଆଦିଲ୍ଲୀ: 2020 ଅର୍ଥାତ ଆସନ୍ତା ବର୍ଷଠାରୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଦଳ ସାମିଲ ହେବାକୁ ଯାଉଛି । ଏନେଇ ମଙ୍ଗଳବାର ଏଫ୍ଆଇଏଚ୍ ସୂଚନା ଦେଇଛି । ତେବେ ପାକିସ୍ତାନ ହକି ଦଳ ପ୍ରଥମ ସ୍ଲଟରୁ ଓହରି ଯିବା ପରେ ଏହି ସ୍ଥାନ ଭାରତକୁ ମିଳିଛି ।
ଏଫ୍ଆଇଏଚ୍ ପ୍ରୋ ଲିଗ୍: ଆସନ୍ତାବର୍ଷଠୁ ସାମିଲ ହେବ ଭାରତ - hockey india
ଆସନ୍ତାବର୍ଷ ଠାରୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଦଳ ସାମିଲ ହେବାକୁ ଯାଉଛି।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ପ୍ରଥମରୁ ଭାରତୀୟ ହକି ଦଳ ଏହି ଲିଗରେ ସାମିଲ ନଥିଲା। ତେବେ ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ମହାସଂଘ ପକ୍ଷରୁ କିଛି କୁହାଯାଇ ନଥିଲା । ଜାନୁଆରୀ ମାସରେ ରାଉଣ୍ଡ ରବିନ୍ ଫର୍ମାଟରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୯ଟି ଟିମ୍କୁ ନେଇ ଆରମ୍ଭ ହୋଇଥିଲା। ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ଟି ଟିମ୍ ସିଧାସଳଖ ଏଫ୍ଆଇଏଚ୍ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଭାରତ ହକି ୱାର୍ଲଡ ଲିଗ୍ ଖେଳି ଅଲିମ୍ପିକ ଯିବାକୁ ଲକ୍ଷ୍ୟ ରଖିଛି।