ଓଡିଶା

odisha

କୋରୋନା ଭୟ, ମହିଳା ହକି ଦଳର ଚୀନ ଗସ୍ତ ବାତିଲ

ଚୀନରେ କୋରୋନା ଭାଇରସ ନେଇ ସ୍ଥିତି ଗମ୍ଭୀର ରହିଛି । ସେଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ମହିଳା ହକି ଦଳର ଚୀନ ଗସ୍ତ ବାତିଲ କରାଯାଇଛି ।

By

Published : Feb 7, 2020, 3:19 PM IST

Published : Feb 7, 2020, 3:19 PM IST

Coronavirus outbreak
ମହିଳା ହକି ଦଳର ଚାଇନା ଗସ୍ତ ବାତିଲ

ନୂଆଦିଲ୍ଲୀ: ଖେଳରେ ବାଧକ ସାଜିଲା କୋରୋନା ଭାଇରସ । ଚୀନରେ କୋରୋନା ଭାଇରସ ନେଇ ସ୍ଥିତି ଗମ୍ଭୀର ରହିଛି । ସେଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ମହିଳା ହକି ଦଳର ଚୀନ ଗସ୍ତ ବାତିଲ କରାଯାଇଛି । କୋରୋନା ଭାଇରସରେ ଏଯାବତ 636 ଜଣଙ୍କର ଜୀବନ ଚାଲିଯାଇଥିବାବେଳେ, ପ୍ରାୟ 30 ହଜାରୁ ଅଧିକ ଲୋକେ ଏହି ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ମାର୍ଚ୍ଚ 14 ରୁ 25 ପର୍ଯ୍ୟନ୍ତ ଭାରତୀୟ ମହିଳା ହକି ଦଳର ଚୀନ ଗସ୍ତ ରହିଥିଲା । ଅଲମ୍ପିକ ଗେମ୍ସକୁ ଆଉ ମାତ୍ର 5 ମାସରୁ କମ ସମୟ ଥିବାବେଳେ, ପୂର୍ବ ପ୍ରସ୍ତୁତି ସାମାନ୍ୟ ପ୍ରଭାବିତ ହେବାର ଅନୁମାନ କରାଯାଉଛି । ଏଫଆଇଚ ହକି ପ୍ରୋ-ଲିଗରେ ଆର୍ଜେଣ୍ଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ, ଚୀନ, ଗ୍ରେଟ ବ୍ରିଟେନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଆମେରିକା ପରସ୍ପର ମଧ୍ୟରେ ମ୍ୟାଚ ଖେଳାଯାଉଛି ।

ଭାରତୀୟ ଦଳର ଚୀନ ଗସ୍ତ ବାତିଲ ନେଇ ସୂଚନା ଦେଇଛନ୍ତି କ୍ୟାପଟେନ ରାନୀ । ହକି ଇଣ୍ଡିଆ ଓ ଟିମ କୋଚ ଭାରତୀୟ ଦଳର ଆଗାମୀ ସିରିଜ ନେଇ ସ୍ଥିର କରିବେ ବୋଲି କହିଛନ୍ତି ସେ।

ABOUT THE AUTHOR

...view details