ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଗସ୍ତ ପରେ ଜର୍ମାନୀ ଗସ୍ତରେ ଭାରତୀୟ ମହିଳା ହକି ଦଳ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ନିଜର ଶକ୍ତି ବୃଦ୍ଧି କରିବା ସହ ପ୍ରତିପକ୍ଷଙ୍କ ଶକ୍ତି ପରଖୁଛି ରାନୀ ସେନା ।
ମଙ୍ଗଳବାର 18 ଖେଳାଳି ଓ 7ଜଣ ସପୋର୍ଟ ଷ୍ଟାଫଙ୍କୁ ନେଇ ବେଙ୍ଗାଲୁରୁରୁ ଜର୍ମାନୀ ଅଭିମୁଖେ ଉଡାଣ ଭରିଛି ଦଳ। ପୂର୍ବରୁ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ନ୍ୟାସନାଲ କୋଚିଂ କ୍ୟାମ୍ପରେ ପ୍ରସ୍ତୁତି ଚଳାଇଥିଲା ଦଳ । 18 ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ ଝିଅ ଦୀପ ଗ୍ରେସ ଏକ୍କା ଓ ଲିଲିମା ମିଞ୍ଜ ରହିଛନ୍ତି । ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେଁ ଦୁଇ ଓଡିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଛି ।
ଫେବ୍ରୁଆରୀ 27ରେ ଜର୍ମାନୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାର ସୂଚୀ ରହିଛି । ଦ୍ବିତୀୟ ମ୍ୟାଚ 28 ଫେବ୍ରୁଆରୀ ଓ ପରେ ମାର୍ଚ୍ଚ 2, 4ରେ ଶେଷ ଦୁଇଟି ମ୍ୟାଚ ଖେଳାଯିବ ।
ଭାରତୀୟ ସ୍କ୍ବାଡ: