ଓଡିଶା

odisha

ETV Bharat / sports

ଦମ ଦେଖାଇଲା ଭାରତୀୟ ଜୁନିୟର ମହିଳା ହକି ଦଳ, ବେଲାରସ ବିପକ୍ଷ ମ୍ୟାଚ 1-1ରେ ଡ୍ର

ଶକ୍ତିଶାଳୀ ବେଲାରସ ସିନିୟର ମହିଳା ହକି ଟିମ ସହିତ ଭାରତୀୟ ଜୁନିୟର ମହିଳା ହକି ଦଳ 1-1ରେ ଡ୍ର ରଖିଲା ମ୍ୟାଚ ।

By

Published : Jun 14, 2019, 6:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(Twitter@TheHockeyIndia)

ହାଇଦ୍ରାବାଦ: ଭାରତୀୟ ଜୁନିୟର ମହିଳା ହକି ଦଳ ଦମଦାର ପ୍ରଦର୍ଶନ ଜାରି ରହିଛି । ଲଢୁଆ ଖେଳ ପ୍ରଦର୍ଶନ କରି ବେଲାରସ ସିନିୟର ମହିଳା ହକି ଦଳକୁ କଡା ଟକ୍କର ଦେଇଛି ।

ବେଲାରସ ସିନିୟର ମହିଳା ହକି ଦଳ ପ୍ରଥମେ ଗୋଲ କରିଥିଲା । ତେବେ ଭାରତ ପକ୍ଷରୁ ଗୋଟିଏ ଗୋଲ ଦେଇ ସ୍କୋର ବରାବର କରିଥିଲା ଭାରତ । ତେବେ ଶକ୍ତିଶାଳୀ ବେଲାରସ ପକ୍ଷରୁ ଘନଘନ ଆକ୍ରମଣ କରାଯାଇଥିଲା । କିନ୍ତୁ ଭାରତୀୟ ଖେଳାଳିଙ୍କ ଦମଦାର ଡିଫେଣ୍ଡ ଯୋଗୁଁ ମ୍ୟାଚ 1-1ରେ ଡ୍ରରେ ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details