ନୂଆଦିଲ୍ଲୀ:ଆସନ୍ତା ରବିବାର ୟୁରୋପ ଗସ୍ତରେ ଯିବ ଭାରତୀୟ ପୁରଷ ହକି ଟିମ । ପ୍ରାୟ ବର୍ଷକ ପୂର୍ବେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ହକି ଟିମ ଇଣ୍ଡିଆ 17ଦିନିଆ ଗସ୍ତରେ ୟୁରୋପ ଯାତ୍ରା କରିବା ସହ ଜର୍ମାନୀ ଓ ବ୍ରିଟେନ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବ ।
ଫେବ୍ରୁଆରୀ 21ରେ ବାଙ୍ଗାଲୁରୁରୁ 22ସଦସ୍ୟ ବିସିଷ୍ଟ ଭାରତୀୟ ସ୍କ୍ବାଡ ଜର୍ମାନୀର କ୍ରେଫଲ୍ଡ ଅଭିମୁଖେ ଉଡାଣ ଭରିବ । 22ଜଣିଆ ଦଳରେ 3 ଓଡିଆ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ଡିଫେଣ୍ଡର ଅମିତ ରୋହିଦାସ, ଦିପସାନ ତିର୍କୀ ଓ ବିରେନ୍ଦ୍ର ଲାକ୍ରାଙ୍କ ନାମ ରହିଛି । ଏନେଇ ଓଡିଶା ସ୍ପୋର୍ଟ୍ସ ଟ୍ବିଟ ଯୋଗେଁ 3 ଓଡିଶା ହକି ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛି ।
ଫେବ୍ରୁଆରୀ 28 ଓ ମାର୍ଚ୍ଚ 2ରେ ଆୟୋଜକ ଜର୍ମାନୀକୁ ଭେଟିବ ଭାରତ । ପରେ ବେଲଜିୟମର ଅନ୍ତୱେର୍ପ ଯାତ୍ରା କରିବା ସହ ମାର୍ଚ୍ଚ 6 ଓ 8ରେ ବ୍ରିଟେନ ସହ ଖେଳିବା ନେଇ ସୂଚୀ ରହିଛି ।
ଭାରତୀୟ ପୁରୁଷ ହକି ଟିମ ଫେବ୍ରୁଆରୀ 2020ରେ ଶେଷଥର ପାଇଁ FIH ହକି ପ୍ରୋ-ଲିଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଭୁବନେଶ୍ବରରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା । ବିଜୟୀ ପ୍ରଦର୍ଶନ ସହ ମନଦୀପ ସିଂହଙ୍କ ଟିମ FIH ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନକ ଉନ୍ନୀତ ହୋଇଥିଲା । ଏଯାବତ ଏହି ମାନ୍ୟତା ଭାରତ ପାଇଁ ସର୍ବାଧିକ ।
ଭାରତୀୟ ପୁରୁଷ ହକି ଟିମ ଇଣ୍ଡିଆ ଖେଳାଳି ସୂଚୀ: