ଓଡିଶା

odisha

ETV Bharat / sports

4ର୍ଥ ମ୍ୟାଚରେ 0-4ଗୋଲରେ ହାରିଲା ଭାରତ

ଅଷ୍ଟ୍ରେଲିଆ ଗସ୍ତର 4ର୍ଥ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ଭାରତୀୟ ହକି ଦଳ । ଘରୋଇ ଅଷ୍ଟ୍ରେଲିଆ ଜାତୀୟ ଦଳଠାରୁ 0-4ଗୋଲରେ ଏକତରଫା ଭାବେ ପରାଜିତ ହୋଇଛି ଅତିଥି ଭାରତ ।

By

Published : May 16, 2019, 8:30 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପର୍ଥ: ଅଷ୍ଟ୍ରେଲିଆ ଗସ୍ତର 4ର୍ଥ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ଭାରତୀୟ ହକି ଦଳ । ଘରୋଇ ଅଷ୍ଟ୍ରେଲିଆ ଜାତୀୟ ଦଳଠାରୁ 0-4ଗୋଲରେ ଏକତାରଫା ଭାବେ ପରାଜିତ ହୋଇଛି ଅତିଥି ଭାରତ । ଏହା ପୂର୍ବରୁ ଭାରତ ପ୍ରଥମ ତିନୋଟି ମ୍ୟାଚକୁ କବଜା କରିଥିଲା ।

ତେବେ ଘରୋଇ ଦଳ ପକ୍ଷରୁ ଜେରେମି ହେୱାର୍ଡ (20, 59ତମ ମିନିଟ) ଓ ବ୍ଲାକ ଗୋଭର୍ସ( 15, 60ତମ ମିନିଟ)ରେ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ମ୍ୟାଚ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଘରୋଇ ଟିମ୍ ୨-୦ରେ ଆଗୁଆ ରହିଥିଲା । ଭାରତ ବାରମ୍ବାର ଆକ୍ରମଣ କରିଥିଲେ ମଧ୍ୟ ଗୋଲ ବାରମ୍ବାର କରିପାରି ନଥିଲା । ତେବେ ଖେଳର ଅନ୍ତିମ ଦୁଇ ମିନିଟରେ ଲଗାତାର ଗୋଲ୍ ଦେଇ ଅଷ୍ଟ୍ରେଲିଆ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା ।

ଶୁକ୍ରବାର ଚଳିତ ଗସ୍ତରେ ଭାରତ ପଞ୍ଚମ ତଥା ଅନ୍ତିମ ମୁକାବିଲା ଖେଳିବ । ତେବେ ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ଏବଂ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଏକୁ ହରାଇଥିଲା । ତୃତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ଏ ସହ ମ୍ୟାଚ୍ ଡ୍ର କରିଥିଲା ।

For All Latest Updates

ABOUT THE AUTHOR

...view details