ଓଡିଶା

odisha

ETV Bharat / sports

ପୁଣି ଭାରତରେ ବିଶ୍ବକପ ହକି, କଳିଙ୍ଗରେ ହୋଇପାରେ ଲଢେଇ

ଆଗାମୀ 2023 ପୁରୁଷ ହକି ବିଶ୍ବକପ ଭାରତରେ ଆୟୋଜନ ହେବ । ଆୟୋଜକ ଦଳ ଦେଶ ହିଁ ଭେନ୍ୟୁ ଘୋଷଣା କରୁଥିବାରୁ ଭୁବନେଶ୍ବରକୁ ଟୁର୍ଣ୍ଣାମେଣ୍ଟ ଫେରିବାର ଆଶା ରହିଛି ।

By

Published : Nov 8, 2019, 10:35 PM IST

2023 ପୁରୁଷ ହକି ବିଶ୍ବକପ

ନୂଆଦିଲ୍ଲୀ: ଭାରତକୁ ଫେରିଲା ହକି । ପୁଣିଥରେ ହକି ମୟ ହେବ ଦେଶ । ଭାରତରେ ଆୟୋଜନ ହେବ ଆଗାମୀ 2023 ପୁରୁଷ ହକି ବିଶ୍ବକପ । ଏନେଇ ଚୂଡାନ୍ତ ଘୋଷଣା କରିଛି ଆନ୍ତର୍ଜାତୀୟ ହକି ଫେଡେରେସନ (FIH) ।

2023 ପୁରୁଷ ହକି ବିଶ୍ବକପ

ତେବେ ଆୟୋଜକ ଦଳ ଦେଶ ହିଁ ଭେନ୍ୟୁ ଘୋଷଣା କରିବ ବୋଲି FIH କହିଛି । ଫଳରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମକୁ ପୁଣିଥରେ ହକି ବିଶ୍ବକପ ଆୟୋଜନର ଭେନ୍ୟୁ କରାଯିବ ବୋଲି ପୂର୍ବନୁମାନ ହୋଇଛି ।

କାରଣ ଗତବର୍ଷ ବି ବିଶ୍ବକପ ହକି ଭାରତରେ ଆୟୋଜନ ହୋଇଥିଲା । ଆଉ ଏହାର ସମସ୍ତ ମ୍ୟାଚ ଓଡିଶା ରାଜଧାନୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା । 2018 ନଭେମ୍ବରରୁ ଡିସେମ୍ବର 16 ପର୍ଯ୍ୟନ୍ତ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ସାରା ବିଶ୍ବ ଦେଖିଥିଲା ଓଡିଶାର ଅତିଥି ଚର୍ଚ୍ଚା । ସଫଳ ରୂପେ ଆୟୋଜନ ହୋଇଥିଲା ବିଶ୍ବକପ ହକି । ଫଳରେ ପୁଣି ଥରେ ହକି ଇଣ୍ଡିଆ ଆଗାମୀ ବିଶ୍ବକପକୁ ଭୁବନେଶ୍ବର ଫେରାଇବାକୁ ଚାହିଁବ ବୋଲି ପୂର୍ବନୁମାନ ଲଗାଯାଉଛି ।

ଅନ୍ୟପଟେ ମହିଳା ବିଶ୍ବକପକୁ ଭାରତ ସହିତ ନେଦରଲ୍ୟାଣ୍ଡ ଓ ସ୍ପେନ ମଧ୍ୟ ଟୁର୍ଣ୍ଣାମେଣ୍ଟକୁ କୋ-ହୋଷ୍ଟ କରିବେ । 2023 ଜାନୁୟାରୀ 13ରୁ 29 ପର୍ଯ୍ୟନ୍ତ ପୁରୁଷ ବିଶ୍ବକପ ଖେଳାଯିବାକୁ ଥିବା ବେଳେ 2022 ଜୁଲାଇ 1-17 ତାରିଖ ପର୍ଯ୍ୟନ୍ତ ମହିଳା ବିଶ୍ବକପ ଆୟୋଜନର ଯୋଜନା ରହିଛି ।

ତେବେ FIHର ନିୟାମାବଳୀ ଅନୁଯାୟୀ, ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ କ୍ୱାଲିଫାଏ କରିବ । ବଳକା ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବେ । 20ଟି ଦେଶ ଏଥିରେ ଭାଗ ନେବେ । FIH ମାନ୍ୟତା ଓ 2020 ଟୋକିଓ ଅଲମ୍ପିକ ଆଧାରରେ ଟିମ ଚୟନ ହେବ ।

ABOUT THE AUTHOR

...view details