ନୂଆଦିଲ୍ଲୀ:ହକି ଉପରେ କୋରୋନା ମାଡ଼। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ହକି ପ୍ରୋ' ଲିଗର ସମସ୍ତ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି। କୋରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଚୀନର ଖେଳାଳୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାକିଥିବା ମ୍ୟାଚକୁ ସ୍ଥଗିତ କାରଯାଇଛି।
ହକି ପ୍ରୋ' ଲିଗରେ ଏପ୍ରିଲ 10 ଓ 11 ତାରିଖରେ ଭାରତ ଜର୍ମାନୀ ସହ ମ୍ୟାଚ ଖେଳିବ। ଏହାପୂର୍ବରୁ ଜର୍ମାନୀ ମଧ୍ୟ ଆର୍ଜେଣ୍ଟିନାକୁ ଏପ୍ରିଲ 3 ଓ 4 ତାରିଖରେ ଭେଟିବା। ତେବେ ଏହି ମ୍ୟାଚଗୁଡ଼ିକୁ ବ୍ୟୁନସ ଆୟର୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ହକି ପ୍ରୋ' ଲିଗର ମହିଳା ବର୍ଗର ମ୍ୟାଚ ଜାରି ରହିବ।