ଓଡିଶା

odisha

ETV Bharat / sports

ଶ୍ରୀଜେସ, ଦୀପିକାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ - ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ଭାରତୀୟ ପୁରୁଷ ହକି ଟିମର ଗୋଲ୍‌କିପର ପିଆର ଶ୍ରୀଜେସ ଓ ପୂର୍ବତନ ଭାରତୀୟ ମହିଳା ହକି ଟିମ ଖେଳାଳି ଦୀପିକାଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ହକି ଇଣ୍ଡିଆ । ଅଧିକ ପଢନ୍ତୁ...

Hockey India recommends Sreejesh and Deepika's name for Khel Ratna Award
ଶ୍ରୀଜେସ, ଦୀପିକାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ

By

Published : Jun 26, 2021, 5:38 PM IST

Updated : Jun 26, 2021, 6:43 PM IST

ନୂଆଦିଲ୍ଲୀ:ଭାରତୀୟ ପୁରୁଷ ହକି ଟିମର ଗୋଲ୍‌କିପର ପିଆର ଶ୍ରୀଜେସ ଓ ପୂର୍ବତନ ଭାରତୀୟ ମହିଳା ହକି ଟିମ ଖେଳାଳି ଦୀପିକାଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ହକି ଇଣ୍ଡିଆ । ସେହିପରି ହରମପ୍ରୀତ ସିଂହ, ବନ୍ଦନା କଟାରିୟା ଓ ନବଜୋତ କୌରଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ପାଇଁ ମନୋନୀତ କରିଛି ବୋର୍ଡ ।

ଏଥିସହ ପୂର୍ବତନ କୋଚ୍‌ ଆରପି ସିଂହ ଓ ଏମ ସିଏଚ୍‌.ସଙ୍ଘାଇ ଇବେମହାଲଙ୍କୁ ଲାଇଫ ଟାଇମ ଆଚିଭେମେଣ୍ଟ ପାଇଁ ଧ୍ୟାନଚାନ୍ଦ ଆୱାର୍ଡ ପ୍ରଦାନ କରିବାକୁ ସୁପାରିଶ କରିଛି ହକି ଇଣ୍ଡିଆ । କୋଚ୍‌ ବିଜେ କରିଆପ୍ପା ଓ ସିଆର କୁମାର ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଜାନୁଆରୀ 2017ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ସମୟ ଅବଧିକୁ ରାଜୀବ ଗାନ୍ଧି ଖେଳ ରତ୍ନ ଆୱାର୍ଡ ପାଇଁ ବିବେଚନା କରାଯାଇଛି । ଏହି ସମୟ ମଧ୍ୟରେ ବ୍ରେଡାରେ ଆୟୋଜିତ 2018 ହକି ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ରୌପ୍ୟ ପଦକ, 2018 ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଓ 2019ରେ ଭୁବନେଶ୍ବରରେ ଖେଳାଯାଇଥିବା FIH ପୁରୁଷ ସିରିଜ ଫାଇନାଲ ବିଜୟରେ ପିଆର ଶ୍ରୀଜେସ ପ୍ରମୁଖ ଭୁମିକା ନିଭାଇଥିଲେ ।

ବର୍ଷ 2015ରେ ଅର୍ଜୁନ ଆୱାର୍ଡ ଓ 2017ରେ ସମ୍ମାନଜନକ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଶ୍ରୀଜେସ । ଅନ୍ୟପଟେ ଦୀପିକା 2018 ଏସିଆନ ଗେମ୍ସ ଓ 2018 ଏସିଆନ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ଦୀପିକା ।

ସେହିପରି 100ରୁ ଅଧିକ ମ୍ୟାଚ୍‌ ଖେଳିସାରିଥିବା ଡ୍ରାଗଫ୍ଲିକ ଷ୍ଟାର ହରମନପ୍ରୀତ ସିଂହ, , 200ରୁ ଅଧିକ ଅନ୍ତର୍ଜାତୀୟ କ୍ୟାପ ପିନ୍ଧିସାରିଥିବା ବନ୍ଦନା କାଟାରିୟା ଓ 150ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଥିବା ନବଜୋତ କୌରଙ୍କୁ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଟିମର ବିଜୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2021, 6:43 PM IST

ABOUT THE AUTHOR

...view details