ଓଡିଶା

odisha

ETV Bharat / sports

ହକି ଇଣ୍ଡିଆ ପାଳୁଛି ସାପ୍ତାହିକ 73ତମ ଅଲମ୍ପିକ ଦିବସ - 73rd Olympic Day

73ତମ ଅଲମ୍ପିକ ଦିବସ ପାଳନ ଜାରି ରଖିଛି ହକି ଇଣ୍ଡିଆ । ଅଧିକ ପଢନ୍ତୁ...

Hockey India continues celebrations for 73rd Olympic Day
ହକି ଇଣ୍ଡିଆ ପାଳୁଛି ସାପ୍ତାହିକ 73ତମ ଅଲମ୍ପିକ ଦିବସ

By

Published : Jun 24, 2021, 10:59 PM IST

ନୂଆଦିଲ୍ଲୀ: ହକି ଇଣ୍ଡିଆ ଗୁରୁବାର 73ତମ ଅଲମ୍ପିକ ଦିବସ ପାଳନ କରିବା ଜାରି ରଖିଛି । ସହଯୋଗୀ ସଦସ୍ୟ ୟୁନିଟ ଗୁଡିକ ପକ୍ଷରୁ ଏହି ଅବସରରେ ଏକାଧିକ ଇଭେଣ୍ଟର ଆୟୋଜନ କରାଯାଉଛି । ଯୁବ ଖେଳାଳି, କୋଚ୍‌ ଓ ପ୍ରଶାସନିକ କର୍ମଚାରୀ ଏହି କାର୍ଯ୍ୟକ୍ରରେ ସାମିଲ ହେଉଛନ୍ତି । ଗୃହ ମନ୍ତ୍ରଣାଳୟର ସୁରକ୍ଷା ଗାଇଡଲାଇନକୁ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି । 21 ଜୁନ 2021ରୁ ହକି ଇଣ୍ଡିଆ ସଦସ୍ୟ ୟୁନିଟ୍‌ ଏକାଧିକ ଇଭେଣ୍ଟର ଆୟୋଜନ କରିଛନ୍ତି ।

ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ କହିଛନ୍ତି, "ଏହା ଉତ୍ସାହଜନକ, ସଦସ୍ୟ ୟୁନିଟ ଗୁଡିକ ଅଲମ୍ପିକ ଦିବସ ପାଳନା ପାଇଁ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ବେଶ୍‌ ଖୁସି ।"

ପ୍ୟାରିସର ସୋରବୋନରେ 1894 ଜୁନ 23ରେ ମଡର୍ଣ୍ଣ ଅଲମ୍ପିକ ଗେମ୍ସର ଜନ୍ମ ହୁଏ । ଓ ପରେ 1948ରେ ପ୍ରଥମ ଅଲମ୍ପିକ ଦିବସ ପାଳିତ ହୋଇଥିଲା । ବୟସ, ଲିଙ୍ଗ ଓ ଆଥଲେଟିକ କ୍ଷମତା ନିର୍ବିଶେଷରେ ଖେଳକୁ ବିଶ୍ବ ତମାମ ସବୁ ସ୍ଥାନରେ ପହଞ୍ଚାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details