ଓଡିଶା

odisha

ETV Bharat / sports

Asian Champions Trophy: ଭାରତର ୨୦ ଜଣିଆ ଦଳ ଘୋଷିତ

ଏସିଆନ ଚମ୍ପିଆନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ (hockey India Announced) ୨୦ ଜଣିଆ ଦଳ ଘୋଷଣା କରିଛି । ଡିସେମ୍ବର ୧୪ ତାରିଖରୁ ୨୨ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଅଧିକ ପଢ଼ନ୍ତୁ

Asian champions trophy: ଭାରତର ୨୦ ଜଣିଆ ଦଳ ଘୋଷିତ
Asian champions trophy: ଭାରତର ୨୦ ଜଣିଆ ଦଳ ଘୋଷିତ

By

Published : Nov 26, 2021, 4:53 PM IST

ଭୁବନେଶ୍ବର:ଏସିଆନ ଚମ୍ପିଆନ୍‌ସ ଟ୍ରଫି(Asian champions trophy 2021) ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି । ଡିସେମ୍ବର ୧୪ ତାରିଖରୁ ୨୨ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଡିଫେଡିଂ ଚମ୍ପିଆନ ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ । ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଆୟୋଜନ ହେଉଛି ।

ଏସିଆନ ଚମ୍ପିଆନ୍‌ସ ଟ୍ରଫି ଦକ୍ଷିଣ କୋରିଆ, ଜାପାନ, ମାଲେସିଆ, ପାକିସ୍ତାନ, ଏବଂ ଆୟୋଜକ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ଖେଳିବ । ଚୟନ ହୋଇଥିବା ଖେଳାଳିଙ୍କୁ ନେଇ ଟିମ ଇଣ୍ଡିଆର କୋଚ୍‌ ଗ୍ରାହମ ରେଡ୍‌ ଆଶ୍ବସ୍ତ ଅଛନ୍ତି । ସେ କହିଛନ୍ତି ଯେ, ଏହି ଦଳରେ ଯୁବ ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଶା କରୁଛୁ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଦେଖାଇବେ । ସେମାନଙ୍କ ମାର୍ଗ ଦର୍ଶନ କରିବା ପାଇଁ ଦଳରେ ଅଭିଜ୍ଞ ଖେଳାଳିମାନେ ମଧ୍ୟ ରହିଛନ୍ତି ।

ମନପ୍ରୀତ ସିହ ଦଳର ଅଧିନାୟକ ଦାୟିତ୍ବରେ ରହିଥିବା ବେଳେ ହରମନପ୍ରୀତ ସିଂହ ଦଳର ଉପଅଧିନାୟକ ଦାୟିତ୍ବରେ ରହିଛନ୍ତି । ଡିସେମ୍ବର ୧୫ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଖେଳିବ । ଦଳରେ ଦୁଇ ଜଣ ଗୋଲକିପର, ୭ଟି ଡିଫେଣ୍ଡର, ୭ଜଣ ମିଡ୍‌ ଫିଲ୍‌ଡର୍‌, ୪ ଜଣ ଫରୱାର୍ଡ ଖେଳାଳି ସାମିଲ ରହିଛନ୍ତି ।

ଭାରତୀୟ ହକି ଦଳ:-

କ୍ରୀଷ୍ଣନ ବାହାଦୁର ପାଠକ, ସୁରଜ କାର୍‌କେରା, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, ଜରମନ୍‌ପ୍ରୀତ ସିଂହ, ଦୀପସାନ ତିର୍କୀ, ବରୁଣ କୁମାର, ନିଲମ ସଞ୍ଜୟ ଖେସ୍‌, ମନଦୀପ ମୋର୍‌, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ଜଶକରଣ ସିଂହ, ସୁମିତ, ରାଜକୁମାର ପାଲ, ଆକାଶଦୀପ ସିଂହ, ସମଶେର ସିଂହ, ଲଳିତ କୁମାର ଉପାଧ୍ୟାୟ, ଦିଲ୍‌ପ୍ରୀତ ସିଂହ, ଗୁରସାହିବଜିତ୍‌ ସିଂହ, ଶିଳାନନ୍ଦ ଲାକ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details