ଓଡିଶା

odisha

ETV Bharat / sports

ଜାତୀୟ କ୍ରୀଡା ଦିବସ, ରିଲିଜ ହେଲା ହକି ଆନ୍ଥେମ୍

ଜାତୀୟ କ୍ରୀଡା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ହକି ଆନ୍ଥେମର ଡମି ଭିଡିଓ ରିଲିଜ୍ । ଅଧିକ ପଢନ୍ତୁ...

ଜାତୀୟ କ୍ରୀଡା ଦିବସ, ରିଲିଜ ହେଲା ହକି ଆନ୍ଥେମ୍
ଜାତୀୟ କ୍ରୀଡା ଦିବସ, ରିଲିଜ ହେଲା ହକି ଆନ୍ଥେମ୍

By

Published : Aug 29, 2021, 12:44 PM IST

ଭୁବନେଶ୍ବର: ଆଜି ଜାତୀୟ କ୍ରୀଡା ଦିବସ । ଏଥିସହ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ । ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଦିବସ କରାଯିବା ସହ ହକି ଆନ୍ଥେମର ଡମି ଭିଡିଓ ରିଲିଜ୍ ହୋଇଛି । ଏହାକୁ ଲୋକାର୍ପିତ କରିଛନ୍ତି ପୂର୍ବତନ ଭାରତୀୟ ହକି ଦଳର କ୍ୟାପଟେନ୍ ଦିଲୀପ ତିର୍କି ।

ଜାତୀୟ କ୍ରୀଡା ଦିବସ, ରିଲିଜ ହେଲା ହକି ଆନ୍ଥେମ୍

ହକି ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଆନ୍ଥେମ୍ । ରାଜ୍ୟ ସରକାର ଏବଂ ହକି ଇଣ୍ଡିଆର ଅନୁମତି ନେଇ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇଛି । ଏହାର ମ୍ୟୁଜିକ ଦେଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଆନ୍ଥେମର ଝଲକରେ କଣ୍ଠଶିଳ୍ପୀ ବିଶ୍ବଜିତ ମହାପାତ୍ର କଣ୍ଠଦାନ କରିଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଏହାର ଅରିଜିନାଲ ଭିଡିଓ ଆସିବାକୁ ଥିବାବେଳେ ବଲିଉଡ କଣ୍ଠଶିଳ୍ପୀ କୈଳାସ ଖେର୍ ଏବଂ ସୁଖବିନ୍ଦର ସିଂ ଏହି ଆନ୍ଥେମ୍ ଗାଇବେ ବୋଲି ଜଣାପଡିଛି ।

୩ ମିନିଟର ଏହି ଭିଡିଓରେ କଳିଙ୍ଗ ଷ୍ଟାଡିୟମ ସମେତ, ଖେଳ, ଖେଳାଳି ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ସ୍ଥାନିତ ପାଇଛି । ତେବେ ଖେଳ ସମୟରେ ଏହା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଭାବେ ବ୍ୟବହାର ହେବ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଅବସରରେ ନାଭାଲ, ଟାଟା, କ୍ରୀଡା ଛାତ୍ରାବାସ ଖେଳାଳିଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ପରିବେଷିତ ହୋଇଛି । ଏମାନଙ୍କୁ ପ୍ରଦ୍ମଶ୍ରୀ ଦିଲୀପ ତିର୍କି ଉତ୍ସାହିତ କରିବା ସହ ଆଗମୀ ଦିନରେ ଓଡିଶା କ୍ରୀଡା କ୍ଷେତ୍ରରେ ଆହୁରି ଇତିହାସ ରଚିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details