ଓଡିଶା

odisha

ETV Bharat / sports

FIH ମହିଳା ହକି ସିରିଜ ଫାଇନାଲରେ ଭାରତ

ଜାପାନର ହିରୋସିମାରେ ଚାଲିଥିବା FIH ମହିଳା ହକି ସିରିଜ ଫାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଚିଲିକୁ 4-2 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ ।

By

Published : Jun 22, 2019, 8:53 PM IST

Updated : Jun 22, 2019, 11:27 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Hockeyindia)

ହାଇଦ୍ରାବାଦ: ଜାପାନର ହିରୋସିମାରେ ଖେଳାଯାଉଥିବା FIH ମହିଳା ହକି ସିରିଜ ଫାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଚିଲିକୁ 4-2 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ସେମିଫାଇନାଲ ମ୍ୟାଚରେ ପ୍ରଥମ କ୍ବାଟରରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଉଭୟ ଦଳ ଗୋଲ ଶୂନ୍ୟ ରହିଥିଲେ । ତେବେ ଚିଲି ପକ୍ଷରୁ ମ୍ୟାଚର ପ୍ରଥମ ଗୋଲ ଆସିଥିଲା । 18ତମ ମିନିଟରେ କାରୋଲିନା ଗାରକିଆ ପ୍ରଥମେ ଗୋଲ କରି ଚିଲିକୁ 1-0ରେ ଆଗୁଆ କରିଥିଲେ । ତେବେ ଭାରତ ପକ୍ଷରୁ 22ତମ ମିନିଟରେ ଏହି ଗୋଲର ଉତ୍ତର ମିଳିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Hockeyindia)

ଫର୍ମରେ ଥିବା ଗୁରଜିତ କୌର ପ୍ରଥମ ଗୋଲ କରି ସ୍କୋର ବରାବର କରିଥିଲେ । ପରେ ଭାରତ ଜୋରଦାର ଆକ୍ରମଣ କରିଥିଲା । 31ତମ ମନିଟରେ ନବନୀୟ କୌର ଭାରତ ପାଇଁ ଦ୍ବିତୀୟ ଗୋଲ କରିଥିଲେ । ପରେ ଗୁରଜିତ 37ତମ ମିନିଟରେ ନିଜର 2ୟ ଓ ଭାରତ ପାଇଁ 3ୟ ଗୋଲ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Hockeyindia)

ତେବେ ଶେଷ କ୍ବାଟରର ଆରମ୍ଭରେ ଚିଲି ଆଉଏକ ଗୋଲ କରିବାରେ ସଫଳ ହୋଇଥିଲା । 43 ତମ ମିନିଟରେ ମନୁଇଲା ଉରୋଜ ଗୋଲ କରିଥିଲେ । ସ୍କୋର ହୋଇଥିଲା 3-2 । ତେବେ ରାନି ମ୍ୟାଚ ଶେଷ ହେବାର 3 ମିନିଟ ପୂର୍ବରୁ 57ତମ ମିନିଟରେ ଭାରତ ପାଇଁ ଆଉଏକ ଗୋଲ କରି ଭାରତର ସ୍କୋରକୁ 4-2 ସହିତ ବିଜୟୀ କରାଇଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହି ଫାଇନାଲରେ ପ୍ରବେଶ କରିଛି । ରୁଷିଆ-ଜାପାନ ମଧ୍ୟରେ ଦ୍ବିତୀୟ ସେମିଫାଇନାଲରେ ବିଜୟୀ ଦଳ ଭାରତ ସହ ଫାଇନାଲ ମୁକାବଲା ଖେଳିବ ।

Last Updated : Jun 22, 2019, 11:27 PM IST

ABOUT THE AUTHOR

...view details