ଓଡିଶା

odisha

ETV Bharat / sports

'ବେଲଜିୟମ ବିପକ୍ଷରେ ନୂଆ ରଣନୀତି ନେଇ ମୈଦାନକୁ ଆସିବୁ'

ପରବର୍ତ୍ତୀ ମ୍ୟାଚ ବେଲଜିୟମ ସହ ଖେଳିବାକୁ ନେଇ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା କହିଛନ୍ତି ଯେ, ସେମାନଙ୍କର ଭିଡିଓ ଦେଖି ସମୀକ୍ଷା କରିବୁ ଓ କୋଚଙ୍କ ମାଗଦର୍ଶନରେ ନୂଆ ରଣନୀତି ସହ ମୈଦାନକୁ ଆସିବୁ।

By

Published : Jan 20, 2020, 1:36 PM IST

ବେଲଜିୟମ
ବେଲଜିୟମ

ଭୁବନେଶ୍ବର: ଚଳିତ FIH ପ୍ରୋ ଲିଗରେ କ୍ରମାଗତ ଭାବେ ନେଦରଲ୍ୟାଣ୍ଡସକୁ ମାତ୍‌ ଦେଇ ବିଜୟ ହାସଲ କରିଛି ଘରୋଇ ଦଳ ଭାରତ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା 2ଟି ମ୍ୟାଚରେ ନେଦରଲ୍ୟାଣ୍ଡସକୁ ଯଥାକ୍ରମେ 5-2, 3-1ରେ ମାତ୍‌ ଦେଇଛି ମନପ୍ରୀତ ସେନା ।

ବିଜୟ ପରେ ଉଲ୍ଲାସିତ ଭାରତୀୟ ହକି ଦଳ

ମ୍ୟାଚରେ ବିଜୟ ହାସଲ ପରେ ଭାରତୀୟ ହକି ଦଳର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ମ୍ୟାଚକୁ ନେଇ କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ଭଲ ମାର୍ଜିନରେ ଟିମ ବିଜୟ ହୋଇଥିବାରୁ ଭାରତର ମନୋବଳ ବେଶ୍‌ ଦୃଢ ଥିଲା । ରବିବାର ଦିନ 2ୟ ମ୍ୟାଚର ପ୍ରଥମ କ୍ବାର୍ଟରରେ ଟିମ ଭଲ ଖେଳିଥିଲା। ହେଲେ 2ୟ କ୍ବାର୍ଟରରେ ବିପକ୍ଷ ଦଳ ପ୍ରତି ଚାପ ପକାଇ ପାରି ନଥିଲା ଆମ ଟିମ। ଏହାପରେ ଦ୍ୱିତୀୟାର୍ଦ୍ଧରେ କୋଚଙ୍କ ନୂଆ ରଣନୀତିକୁ ନେଇ ପୁଣି ଗ୍ରାଉଣ୍ଡକୁ ଫେରିଲୁ ଓ ବିଜୟୀ ମଧ୍ୟ ହେଲୁ।

ପରବର୍ତ୍ତୀ ମ୍ୟାଚ ବେଲଜିୟମ ସହ ଖେଳିବାକୁ ନେଇ ବିରେନ୍ଦ୍ର ଲାକ୍ରା କହିଛନ୍ତି ଯେ, ଆମ ପାଖରେ ସମୟ ଅଛି। ବେଲଜିୟମ ବିପକ୍ଷରେ ନୂଆ ରଣନୀତି ନେଇ ମୈଦାନକୁ ଆସିବୁ। ସେମାନଙ୍କର ଭିଡିଓ ଦେଖି ସମୀକ୍ଷା କରିବୁ ଓ କୋଚଙ୍କ ମାଗଦର୍ଶନରେ ନୂତନ ଯୋଜନା ସହ ଖେଳିବୁ।

ABOUT THE AUTHOR

...view details