ଭୁବନେଶ୍ବର: ଆସନ୍ତାକାଲି (ଶନିବାର)ଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପ୍ରୋ ଲିଗ୍ର 2ୟ ରାଉଣ୍ଡ ମ୍ୟାଚ । ପ୍ରଥମ ରାଉଣ୍ଡର ଦୁଇଟି ମ୍ୟାଚରେ ନେଦରଲ୍ୟାଣ୍ଡକୁ ପାରସ୍ତ କରିଥିବା ଘରୋଇ ଦଳର ସାମ୍ନା କିନ୍ତୁ ଏଥର ବିଶ୍ବବିଜୀୟ ବେଲଜିୟମ ସହ ହେବାକୁ ଯାଉଛି । 2018 କଳିଙ୍ଗରେ ବିଶ୍ବକପ ହକିର ଚମ୍ପିଆନ ସାଜିଥିଲା ବେଲଜିୟ ।
FIH ପ୍ରୋ ଲିଗ: କଳିଙ୍ଗରେ ବିଶ୍ବବିଜୟୀ ବେଲଜିୟମକୁ ଭେଟିବ ଭାରତ - FIH Pro League
ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପ୍ରୋ ଲିଗ୍ର 2ୟ ରାଉଣ୍ଡ ମ୍ୟାଚ । ପ୍ରଥମ ରାଉଣ୍ଡରକ ଦୁଇଟି ମ୍ୟାଚରେ ନେଦରଲ୍ୟାଣ୍ଡକୁ ପାରସ୍ତ କରିଥିବା ଘରୋଇ ଦଳର ସାମ୍ନା କିନ୍ତୁ ଏଥର ବିଶ୍ବବିଜୀୟ ବେଲଜିୟମ ସହ ହେବାକୁ ଯାଉଛି ।
ତେବେ 2019ରେ ଖେଳାଯାଇଥିବା ପ୍ରଥମ ସିଜନରୁ ବାଦ୍ ପଡ଼ିବା ପରେ ଭାରତ ଚଳିତ ଲିଗରେ ନେଦରଲ୍ୟାଣ୍ଡକୁ ପରାସ୍ତ କରି 5 ପଏଣ୍ଟ ହାସଲ କରିଛି । ବିଶ୍ବ ମାନ୍ୟତାର 5ମ ସ୍ଥାନରେ ଥିବା ଭାରତ ପ୍ରଥମ ମ୍ୟାଚରେ 5-2 ଏବଂ ଦ୍ବିତୀୟ ମ୍ୟାଚରେ ସୁଟ ଆଉଟରେ 3-1ରେ ବିଜୟ ହାସଲ କରିଥିଲା । ତେବେ ଦୁଇଟି ମ୍ୟାଚରୁ 5 ପଏଣ୍ଟ ହାସଲ କରି 5ମ ସ୍ଥାନରେ ରହିଛି ଭାରତ । ସେହିପରି ବେଲଜିୟମ 4ଟି ମ୍ୟାଚରୁ 11 ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ନେଦରଲ୍ୟାଣ୍ଡ 7ପଏଣ୍ଟ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ 6 ପଏଣ୍ଟ ସହ ତୃତୀୟ, ଜର୍ମାନୀ ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି ।
ତେବେ ଭାରତ ଓ ବେଲଜିୟମ ମଧ୍ୟରେ ଏଠାରେ 10ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ ଭ୍ରମଣକାରୀ ଟିମ୍ 8ଟି ବିଜୟ ପାଇଥିବାବେଳେ ଦୁଇଟି ମ୍ୟାଚ୍ ଡ୍ର ରହିଛି । ଅର୍ଥାତ ଭାରତ ଘରୋଇ ଷ୍ଟାଡିୟମରେ ବେଲଜିୟମ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିନାହିଁ । ଅନ୍ୟପଟେ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ନିଶ୍ଚିତ ଭାବେ ଭାରତର ମନୋବଳ ବଢ଼ାଇଛି । ଶନିବାର ବେଲଜିୟମ ବିପକ୍ଷରେ ଭାରତ ଏହି ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇବ ।