ଓଡିଶା

odisha

ETV Bharat / sports

FIH ସଭାପତି ନିର୍ବାଚନ ଲଢିବେ ନରିନ୍ଦର ବାତ୍ରା

ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦ ପାଇଁ ପୁନର୍ବାର ନିର୍ବାଚନ ଲଢିବେ ନରିନ୍ଦର ବାତ୍ରା । ଅଧିକ ପଢନ୍ତୁ...

By

Published : Feb 20, 2021, 8:51 PM IST

FIH president Batra to contest for a second term
FIH ସଭାପତି ନିର୍ବାଚନ ଲଢିବେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦ ପାଇଁ ପୁନର୍ବାର ନିର୍ବାଚନ ଲଢିବେ ନରିନ୍ଦର ବାତ୍ରା । ଆସନ୍ତା ମଇ ମାସରେ ପରିଚାଳନା ପରିଷଦ ବୋର୍ଡର ନିର୍ବାଚନ ଅନୁଷ୍ଠିତ ହେବ ।

ବର୍ଷ 2016ରେ FIH ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବାତ୍ରା । ତେବେ ଫେବ୍ରୁଆରୀ 18ରେ FIH କଂଗ୍ରେସରେ ସେ ଦ୍ବିତୀୟ ଥର ସଭାପତି ପଦ ପାଇଁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ।

ବର୍ଷ 2016ରେ ଅନ୍ତର୍ଜାତୀୟ ହକି ଫେଡେରେସନର ଦ୍ବାଦଶ ସଭାପତି ଭାବେ ବିଶ୍ବାସ କରିବା ସହ ନିର୍ବାଚିତ କରିଥିଲେ । ଗତ 4 ବର୍ଷ ମଧ୍ୟରେ କର୍ତ୍ତବ୍ୟ ପାଳନ ସହ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି, FIHକୁ ଶକ୍ତିଶାଳୀ ଓ ସମସ୍ତ ଲକ୍ଷ୍ୟ ହାସଲ ପାଇଁ ଶତପ୍ରତିଶତ ପ୍ରୟାସ କରିଛି । ଯାହା ବିଶ୍ବବ୍ୟାପୀ ହକିର ଉନ୍ନତି ପାଇଁ ମ୍ୟାନେଜମେଣ୍ଟରେ ସ୍ବଚ୍ଛତା ଓ ଉନ୍ନତି ହୋଇଥିବା କହିଛନ୍ତି ବାତ୍ରା ।

ସଭାପତି ପଦ ପାଇଁ ନାମାଙ୍କନ ଭରିବାର ପ୍ରକ୍ରିୟା ଫେବ୍ରୁଆରୀ 12ରୁ ଆରମ୍ଭ ହୋଇ ମାର୍ଚ୍ଚ 12ରେ ଶେଷ ହେବ । ପରବର୍ତ୍ତୀ ସଭାପତି 2024 ପର୍ଯ୍ୟନ୍ତ ହକିର ସର୍ବୋଚ୍ଚ ପରିଚାଳନା ବୋର୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details