ଭୁବନେଶ୍ବର: ଭାରତୀୟ ହକି ଦଳ ପାଇଁ ପୁଣି କଳିଙ୍ଗ ଷ୍ଟାଡିୟମ ଲକି ସାବ୍ୟସ୍ତ ହୋଇଛି । ଭାରତ ଜାପାନକୁ ହରାଇ FIH ହକି ସିରିଜ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଜାପାନକୁ 7-2ଗୋଲରେ ହରାଇଛି ଟିମ ଇଣ୍ଡିଆ । ଫଳରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ମୁବାବଲା ଖେଳିବ ଭାରତ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(Twitter@TheHockeyIndia) ନୂଆ କୋଚ ଗ୍ରାହମ ରେଡଙ୍କ ଆରମ୍ଭରୁ ଆକ୍ରମଣ ରଣନୀତି ସଫଳ ହେଉଛି । ମ୍ୟାଚ ଆରମ୍ଭର କେଇ ମିନିଟ ଭିତରେ ଭାରତୀୟ ଖେଳାଳି ଆକ୍ରମଣ ଆରମ୍ଭ କରୁଛନ୍ତି । ଶୀଘ୍ର ଗୋଲ ଦେଇ ପ୍ରତିପକ୍ଷଙ୍କୁ ଚାପରେ ରଖିବା ଟେକନିକ ଭାରତକୁ ପୁଣି ଏକ ବୃହତ ବିଜୟ ଦେଇଛି ।
ତେବେ ମ୍ୟାଚର ପ୍ରଥମ ଗୋଲ ଜାପାନ କରିଥିଲା । କେଞ୍ଜି କିତାଜାଟେ ମ୍ୟାଚର 2ୟ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ । ତେବେ ହରମନପ୍ରିତ ସିଂ ଭାରତ ପାଇଁ ମ୍ୟାଚର 7ନଂ ମିନିଟରେ ଗୋଲ କରି ସ୍କୋର ବରାବର କରିଥିଲେ । ପରେ ବରୁନ କୁମାର 14ତମ ମିନିଟରେ ଦ୍ବିତୀୟ ଗୋଲ ଦେଇ ଭାରତକୁ 2-1ରେ ଆଗୁଆ କରିଥିଲେ । ତେବେ ଜାପାନ ଖେଳାଳି କୋଟା ୱଟନାବେ 20ତମ ମିନିଟରେ ତୁରନ୍ତ ଏକ ଗୋଲ ଦେଇ ସ୍କୋର ବରାବର କରିଥିଲେ ।
ପରେ ଭାରତୀୟ ଖେଳାଳି ଜୋରଦାର ଆକ୍ରମଣ କରିଥିଲେ । ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଭାରତର ସ୍କୋରକୁ 7-2ରେ ପହଞ୍ଚାଇଥିଲେ । ରମଣଦିପ ସିଂହ 2ଟି, ହାର୍ଦ୍ଦିକ ସିଂହ ଗୋଟିଏ, ଗୁରସାହିବଜିତ ସିଂହ ଗୋଟିଏ, ବିବେକ ସାଗର ପ୍ରସାଦ ଗୋଟିଏ ଗୋଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ