ଓଡିଶା

odisha

ETV Bharat / sports

ଆରମ୍ଭ ହେଲା FIH ପୁରୁଷ ହକି ସିରିଜ ଫାଇନାଲ, ଦକ୍ଷିଣ ଆଫ୍ରିକାକୁ 2-0ରେ ହରାଇଲା ଆମେରିକା

ଆଜିଠୁ ଆରମ୍ଭ ହୋଇଛି FIH ପୁରୁଷ ହକି ସିରିଜ ଫାଇନାଲ । ହକି ବିଶ୍ବକପ ପରେ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ଦକ୍ଷିଣ ଆଫ୍ରିକାକୁ 0-2ଗୋଲରେ ହରାଇଛି USA ।

By

Published : Jun 6, 2019, 2:08 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି FIH ପୁରୁଷ ହକି ସିରିଜ ଫାଇନାଲ । ହକି ବିଶ୍ବକପ ପରେ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ପୁଲ-B ରେ ଥିବା ଦୁଇ ଟିମ ମଧ୍ୟରେ ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସଂଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ହୋଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକାକୁ 0-2ଗୋଲରେ ହରାଇଛି USA ଟିମ । ସକାଳ 8.45ରେ ଖେଳାଯାଇଥିଲା ଏହି ମ୍ୟାଚ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମ୍ୟାଚର ଚତୁର୍ଥ କ୍ବାଟର ପର୍ଯ୍ୟନ୍ତ କୌଣସି ଦଳ ଗୋଲ କରିପାରିନଥିଲେ । ଆମେରିକାକୁ ଚତୁର୍ଥ କ୍ବାଟର ଆରମ୍ଭରେ ଏକ ପେନାଲଟି କର୍ଣ୍ଣର ମିଳିଥିଲା । 17 ନଂ ଜର୍ସିରେ ଥିବା ଆଞ୍ଜେଲିସ ଖ୍ରୀଷ୍ଟିଆନ ଏହାକୁ ଗୋଲରେ ପରିଣତ କରି, ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ । ସେହିପରି ଖେଳର ଶେଷ 4 ମିନିଟ ଥାଇ, ଦଳର 18 ନଂ ଜର୍ସିରେ ଥିବା ପଲ ସିଂ ଏକ ଫିଲଡ଼ ଗୋଲ ଦେଇ ଦଳର ବିଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଥିଲେ । ଆମେରିକା 2ଟି ଗୋଲ କରି ସହଜ ବିଜୟ ହାସଲ କରିଥିଲା । ତେବେ ଦକ୍ଷିଣ ଆଫ୍ରିକା ସଂଘର୍ଷ ସତ୍ତ୍ବେ କୌଣସି ଗୋଲ ଦେଇ ନ ପାରି ପରାଜୟକୁ ସ୍ବୀକାର କରିଥିଲା ।

ଆଜି ମୋଟ 3ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଦ୍ବିତୀୟ ମ୍ୟାଚରେ ପୁଲ -Aରେ ଥିବା ପୋଲାଣ୍ଡ, ଉଜବେକିସ୍ତାନକୁ ଭେଟିବ । ଏହି ମ୍ୟାଚ ସନ୍ଧ୍ୟା 5ଟାରେ ଖେଳାଯିବ । 3ୟ ମ୍ୟାଚରେ ଭାରତ ଓ ରୁଷ ମଧ୍ୟରେ ମୁକାବଲା ହେବ । ସନ୍ଧ୍ୟା 7ଟାରେ ଏହି ମ୍ୟାଚ ଆରମ୍ଭର ସମୟ ରହିଛି ।

ତେବେ ଫନି କ୍ଷୟକ୍ଷତି ପରେ କଳିଙ୍ଗ ଷ୍ଟାଡିୟକୁ ପୂନର୍ବାର ସଜାଯାଇଛି । ବିଦେଶୀ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିଥିବା ଯୋଗୁଁ ଓଡିଶା ସରକାର ଓ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସାଧୁବାଦ ଜଣାଇଛନ୍ତି । ସକାଳ ମ୍ୟାଚରେ କମ ଦର୍ଶକ ଉପସ୍ଥିତ ରହିଥିଲେ । ତେବେ ସନ୍ଧ୍ୟାରେ ଭାରତର ମ୍ୟାଚ ଥିବାରୁ ଦର୍ଶକ ଗ୍ୟାଲେରୀ ଖଚାଖଚ ଭରିଯିବା ନେଇ ଅନୁମାନ କରାଯାଉଛି । ଓଡିଆ ହକି ଷ୍ଟାର ବିରେନ୍ଦ୍ର ଲାକ୍ରା ଟିମ ଇଣ୍ଡିଆର Vice-Captain ହେବାପରେ ଓଡିଆ ଦର୍ଶକ ବେଶ ଖୁସି ଅଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details