ଓଡିଶା

odisha

ମନପ୍ରୀତଙ୍କୁ 'ଏଫଆଇଏଚ ପ୍ଲେୟାର ଅଫ୍‌ ଦ ଇୟର'

By

Published : Feb 14, 2020, 1:06 AM IST

Updated : Feb 14, 2020, 5:30 PM IST

ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂଙ୍କୁ 'ଏଫଆଇଏଚ ପ୍ଲେୟାର ଅଫ୍‌ ଦ ଇୟର' ପୁରସ୍କାର ମିଳିଛି । ସେ ଏହି ପୁରସ୍କାରକୁ ଟିମ୍‌କୁ ସର୍ମପିତ କରିଛନ୍ତି ।

manpreet-singh
manpreet-singh

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ର‌ ଅଧିନାୟକ ମନପ୍ରୀତ ସିଂଙ୍କୁ ଏଫଆଇଏଚ ବର୍ଷର ସର୍ବଶ୍ରେଷ୍ଠ ଖେଳାଳିର ସମ୍ମାନ ଦେଇଛି । ମନପ୍ରୀତ ସିଂଙ୍କ ନେତୃତ୍ବରେ ଗତବର୍ଷ ଜୁନମାସରେ ଏଫଆଇଏଚ ପୁରୁଷ ହକି ସିରିଜର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇଥିଲା ଭାରତ । ତାଙ୍କ ନେତୃତ୍ବରେ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ଇଣ୍ଡିଆ ।

ଫଟୋ ସଜୌନ୍ୟ: ଟ୍ବିଟର@FIH_Hockey

ତେବେ ଏହି ଆଓ୍ବାର୍ଡ ରେସ୍‌ରେ ମନପ୍ରୀତ ବିଶ୍ବ ଚମ୍ପିଆନ ବେଲଜିୟମର ଡୋରେନଙ୍କୁ ପଛରେ ପକାଇଛନ୍ତି ।

ତେବେ ଏହି ପୁରସ୍କାର ଜିତିବା ପରେ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ, ଏହି ପୁରସ୍କାର ଜିତି ବହୁତ ଖୁସି ଲାଗୁଛି । ଏହା ମୁଁ ଟିମ୍‌କୁ ସର୍ମପିତ କରୁଛି । ଏଥିସହ ମୋ ପ୍ରଶଂସକ ଓ ହକି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଉଛି । ଭାରତୀୟ ହକିକୁ ଏତେ ସମର୍ଥନ ମିଳିବା ଦେଖିକି ଭଲ ଲାଗୁଛି ।

Last Updated : Feb 14, 2020, 5:30 PM IST

ABOUT THE AUTHOR

...view details