ଓଡିଶା

odisha

ETV Bharat / sports

ହକି ADHOC କମିଟି ଅଧ୍ୟକ୍ଷ ହେଲେ ଦିଲୀପ ତିର୍କୀ - ହକି ଆଡହକ କମିଟି

ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କୀ । କିଛିଦିନ ତଳେ ପଦକୁ ନେଇ ଉପୁଜିଥିଲା ବିବାଦ । ଅଧିକ ପଢ଼ନ୍ତୁ...

Dilip Tirkey, Chairman of the Adhoc Committee, ଓଡ଼ିଶା ହକି ଆଡହକ କମିଟି, ହକି ଆଡହକ କମିଟି, ଦିଲ୍ଲୀପ ତିର୍କୀ
ହକି ଆଡହକ୍‌ କମିଟି ଅଧ୍ୟକ୍ଷ ହେଲେ ଦିଲୀପ ତିର୍କୀ

By

Published : Jun 18, 2021, 7:10 PM IST

Updated : Jun 18, 2021, 8:14 PM IST

ଭୁବନେଶ୍ବର:ଓଡ଼ିଶା ହକି ଆଡହକ (ADHOC) କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କୀ । କମିଟି ସଦସ୍ୟ ଭାବେ ମନୋନୀତ ହଲେ ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ । ଝାଡ଼ଖଣ୍ଡର ଭୋଳାନାଥଙ୍କୁ ଅଧ୍ୟକ୍ଷ କରାଯିବାରୁ ଉପୁଜିଥିଲା ବିବାଦ । ପରେ ଭୋଳାନାଥଙ୍କୁ ହଟାଇ ତାଙ୍କ ସ୍ଥାନରେ ଦିଲୀପଙ୍କୁ ମିଳିଛି ଦାୟିତ୍ବ ।

ହକି ଆଡହକ୍‌ କମିଟି ଅଧ୍ୟକ୍ଷ ହେଲେ ଦିଲୀପ ତିର୍କୀ

ଆଡହକ କମିଟି ଅଧ୍ୟକ୍ଷ ଭାବେ ଚୟନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କୀ । କେମିତି ତୃଣମୂଳ ସ୍ତରରୁ ଆହୁରି ଭଲ ଖେଲାଳିକୁ ଚୟନ କରାଯାଇ ସେମାନଙ୍କୁ ସଠିକ ପ୍ରଶିକ୍ଷଣ ଦିଆଯିବ ତାକୁ ପ୍ରାଧ୍ୟାନ ଦିଆଯିବ। 2018 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଓଡି଼ଶା ବିଶ୍ବସ୍ତରରେ ନା କରି ପାରିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ହକିକୁ ପ୍ରୋତ୍ସାହିତ କରିଛନ୍ତି ଓ ଆହୁରି କେମିତି ଓଡ଼ିଶାରୁ ଅଧିକ ଖେଲାଳି ଜାତୀୟ ଦଳରେ ଖେଳିବେ ସେନେଇ ସମସ୍ତ ପ୍ରଶିକ୍ଷଣ ଯୋଗାଇ ଦେଇଛନ୍ତି। କେମିତି ଆହୁରି ଭଲ ପିଲାଙ୍କୁ ଚିହ୍ନଟ କରାଯିବ ଓ ତାଙ୍କୁ ପ୍ରଶିକ୍ଷଣ ଦିଆଯିବ ସେନେଇ ଆମେ ଚେଷ୍ଟା କରିବୁ ବୋଲି ଦିଲୀପ ।

ଟୋକିଓ ଅଲମ୍ପିକ୍ସରେ ଏଥର ପୁରୁଷ ହକି ଦଳରେ ଓଡି଼ଶାରୁ ୨ ଜଣ ଖେଳାଳି ଚୟନ ହେଇଛନ୍ତି । ନିଶ୍ଚିତ ଭାବରେ ଏହା ଆମ ପାଇଁ ଖୁସିର ଖବର। କାରଣ ଗତ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ କେହି ଜଣେ ବି ପୁରୁଷ ଖେଳାଳି ସ୍ଥାନ ପାଇ ନଥିଲେ, କିନ୍ତୁ ଏଥର ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ସ୍ଥାନ ମିଳିଛି। କିନ୍ତୁ ମହିଳା ଦଳରେ କେବଳ ଜଣେ ମାତ୍ର ଖେଳାଳି ଦୀପ ଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି। ୩,୪ ଜଣ ଖେଳାଳି ସ୍ଥାନ ପାଇବେ ବୋଲି ଆମେ ଆଶା କରିଥିଲୁ ବୋଲି ମତ ଦେଇଛନ୍ତି ତିର୍କୀ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jun 18, 2021, 8:14 PM IST

ABOUT THE AUTHOR

...view details