ନୂଆଦିଲ୍ଲୀ:ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନାମରେ 'ଖେଳରତ୍ନ' ପୁରସ୍କାର ନାମିତ ହେବାପରେ ଖୁସିବ୍ୟକ୍ତ କରିଛନ୍ତି ଭାରତୀୟ ପୁରୁଷ ହକି ଟିମର ଗୋଲ୍କିପର ପିଆର ଶ୍ରୀଜେଶ । ଜଣେ ଖେଳାଳି ଭାବେ ଏହା ଗର୍ବର ମୂହୂର୍ତ୍ତ ବୋଲି କହିଛନ୍ତି ଶ୍ରୀଜେଶ । ଶ୍ରୀଜେଶ କହିଛନ୍ତି, 'ଦାଦା ଧ୍ୟାନଚାନ୍ଦ ଭାରତ ରତ୍ନ ପାଇବାକୁ ଉପଯୁକ୍ତ ବ୍ୟକ୍ତି । ଜଣେ ହକି ଖେଳାଳି ଭାବେ ଏହା ଗୌରବ ମୂହୂର୍ତ୍ତ ଯେ, ବର୍ତ୍ତମାନ ତାଙ୍କ ନାମରେ ଖେଳରତ୍ନ ନାମିତ ହୋଇଛି ।"
୩ ଥରର ଅଲମ୍ପିଆନ ଶ୍ରୀଜେଶ ଆହୁରି କହିଛନ୍ତି, " ଆମେ ଅନେକ ବର୍ଷ ଧରି ଏଥିପାଇଁ ଅପେକ୍ଷା କରିଥିଲୁ । ଯେତେବେଳେ ଖେଳାଳିଟିଏ ହକି ଖେଳିବା ଆରମ୍ଭ କରେ, କେବଳ ଗୋଟିଏ କଥା ମନରେ ଥାଏ ଯେ ଯେବେବି ଅଲମ୍ପିକ ଖେଳିବାକୁ ଯିବୁ ପଦକ ବିଜୟୀ ହୋଇ ଫେରିବୁ । ଏବେ ଟିମ ବ୍ରୋଞ୍ଜ ପଦକ ଜିତି ଫେରିଛି । ଏହା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଥିଲା । ଭବିଷ୍ୟତରେ ଯେଉଁମାନେ ମଧ୍ୟ ହକି ଖେଳିବେ ଅଲମ୍ପିକ୍ରେ ପଦକ ଜିତିବାକୁ ସ୍ବପ୍ନ ଦେଖିବେ ।"